Latest Odisha News

BREAKING NEWS

ସୟେଦ ମୁସ୍ତାକ ଅଲୀ ଟି୨୦: ୧ରନରେ ହାରିଲା ଓଡିଶା

ଭୁବନେଶ୍ୱର: ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ଆଜି ଓଡିଶା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ତାମିଲନାଡୁଠାରୁ ମାତ୍ର ୧ ରନରେ ପରାସ୍ତ ହୋଇଛି । ଏଲିଟ ଗ୍ରୁପ ଏର ଏହି ମ୍ୟାଚରେ ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୬୫ ରନ କରିଥିଲା । ଅଭିଷେକ ରାଉତ ୨ଟି ଏବଂ ଜୟନ୍ତ ବେହେରା, ଆଶୀଷ ରାୟ ଓ ଅଭିଷେକ ଯାଦବ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ ।

୧୬୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଓଡିଶା ଶୁଭ୍ରାଂଶୁ ସେନାପତି (୬୭), ଗୋବିନ୍ଦ ପୋଦ୍ଦାର (୨୯) ଓ ଅଭିଷେକଙ୍କ ଦ୍ରୁତ ୩୮ ରନ ସତ୍ୱେ ଜିତିପାରି ନ ଥିଲା । ଓଡିଶା ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୬୪ ରନ କରିବାକୁ ସକ୍ଷମ ହୋଇଥିଲା । ଶେଷ ୨ ଓଭରରେ ୨୩ ରନ ଆବଶ୍ୟକ ହେଉଥିବା ବେଳେ ଓଡିଶା ୨୧ ରନ କରିପାରିଥିଲା ।

Leave A Reply

Your email address will not be published.