Latest Odisha News

BREAKING NEWS

ଦ୍ୱିତୀୟ ଟିକା ଗ୍ରହଣ କରିବାର ୧୦ ଦିନ ପରେ କରୋନା ସଂକ୍ରମିତ ହେଲେ ବ୍ୟକ୍ତି

ଭୁବନେଶ୍ୱର: ଟିଟଲାଗଡର ଜଣେ ୫୭ ବର୍ଷ ବୟସ୍କ ବ୍ୟକ୍ତି ୧୦ ଦିନ ପୂର୍ବରୁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ନେଇଥିଲେ। ଏହାପରେ ବି ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତାଙ୍କୁ ଭୁବନେଶ୍ବର ସ୍ଥିତ ସମ୍‌ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ଡାକ୍ତରଙ୍କ କହିବାନୁସାରେ, ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କ ଫୁସଫୁସ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆମେ ତାଙ୍କୁ ଭେଣ୍ଟିଲେଟର ସାହାଯ୍ୟରେ ରଖିବାକୁ ଯୋଜନା କରୁଛୁ। ଏହାସହିତ ସେ ଡାକ୍ତରଙ୍କ ନିିରୀକ୍ଷଣରେ ରହିଛନ୍ତି।

ରୋଗୀଙ୍କୁ ପ୍ରଥମ କୋଭିଶିଲ୍ଡ ଡୋଜ ଫେବୃଆରୀ ୬ରେ ଏବଂ ଦ୍ବିତୀୟ ଡୋଜ ମାର୍ଚ୍ଚ ୧୦ ରେ ଦିଆଯାଇଥିଲା। ଏହାର ଦଶ ଦିନ ପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହାପରେ ତାଙ୍କ ପରିବାର ସ୍ବାବ୍‌ ପରୀକ୍ଷା ପାଇଁ ବାଲାଙ୍ଗୀରର କୋଭିଡ୍‌ ଡାକ୍ତରଖାନାକୁ ନେଇଥିଲେ। ସେ ସେଠାରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।

Comments are closed.