ଢେଙ୍କାନାଳ: ଗତ କିଛିଦିନ ହେବ ରାଜ୍ୟରେ ପିଲା ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟ ଖେଳି ଯାଇଛି। ତେବେ ଢେଙ୍କାନାଳରେ ପିଲା ଚୋରି କରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି ଲୋକେ।
ସୂଚନା ଅନୁଯାୟୀ ଢେଙ୍କାନାଳ ସହରର ମିନା ବଜାର ଅଞ୍ଚଳରେ ଏହି ଯୁବକ ଜଣଙ୍କ ଏକ ପାଞ୍ଚ ବର୍ଷର ଶିଶୁକୁ ଧରି ନେଉଥିବା ବେଳେ ଲୋକଙ୍କ ନଜରରେ ପଡିଥିଲା। ସ୍ଥାନୀୟ ଲୋକେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ଗୋଡ଼ାଇ ଧରିବା ସହ ଖୁବ ପିଟିଛନ୍ତି । ଖବର ପାଇ ସ୍ଥାନୀୟ ପୁଲିସ ଉକ୍ତ ଯୁବକକୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଛି ।
ଏହି ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସୁଧାଡ଼ିହି କାଟେଣି ଗ୍ରାମର ସୁବାସ ବେହେରା ବୋଲି ଜଣାପଡ଼ିଥିବା ବେଳେ ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି।
Comments are closed.