Latest Odisha News

BREAKING NEWS

ବାଲେଶ୍ୱରରୁ ପୁଣି ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ୱର: ପୁଣି ବାଲେଶ୍ୱରରୁ ବ୍ରାଉନସୁଗର ଜବତ । ଜେଲ ସାମନାକୁ ସାଢ଼େ ୪ଲକ୍ଷ ଟଙ୍କାର ଧଳା ଜହର ଜବତ କରିଛି ସହଦେବଖୁଣ୍ଟା ଥାନା ପୋଲିସ । ଶେଖ ମହମ୍ମଦ ବାବୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତା ନିକଟରୁ ଜବତ ହୋଇଛି ୪୪ଗ୍ରାମ ବ୍ରାଉନସୁଗର । ଶେଖ ମହମ୍ମଦ ବାବୁ ନିକଟରୁ ବ୍ରାଉନସୁଗର ସହ ୨୪ ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍ ବି ଜବତ ହୋଇଛି ।

୨୦୦୭ ମସିହାରୁ ସେ ଡକାୟତି ମାମଲାରେ ଗିରଫ ହୋଇ ଚୌଦ୍ୱାର ଜେଲରେ ଥିଲା । ନିକଟକରେ ଜେଲରୁ ମୁକୁଳିଥିଲା ଶେଖ ମହମ୍ମଦ ବାବୁ । ତେବେ କରୋନା ହୋଇଥିବା କାରଣରୁ ଘରକୁ ଯିବା ବଦଳରେ ବାଲେଶ୍ୱର ଜେଲ ବାରାକରେ ରହୁଥିଲା ।

Leave A Reply

Your email address will not be published.