Latest Odisha News

BREAKING NEWS

ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ୍, ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଚଳିତବର୍ଷ ରାଜ୍ୟରେ ବାତିଲ ହେଲା ମାଟ୍ରିକ ବୋର୍ଡ ପରୀକ୍ଷା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷା ବାତିଲ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଧାରିତ କରି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରିବେ । ଯଦି ବୋର୍ଡର ଫଳାଫଳକୁ ନେଇ ଛାତ୍ରଛାତ୍ରୀ ଅସହମତି ପ୍ରକାଶ କଲେ ସେମାନେ ପରୀକ୍ଷା ଦେଇପାରିବେ । ତେବେ କୋଭିଡ୍ ସ୍ଥିତି ସୁଧୁରିଲା ପରେ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ମେ ୫ ତାରିଖରେ ମାଟ୍ରିକ ପରୀକ୍ଷା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପରିସ୍ଥିତିରେ ପରୀକ୍ଷା ଆୟୋଜନ ସମ୍ଭବ ନୁହେଁ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୧୫ ତାରିଖରେ ମାଟ୍ରିକ ପରୀକ୍ଷାକୁ ସ୍ଥଗତି ରଖାଯାଇଥିଲା । ଆଜି ବାତିଲ ନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ ଯୁକ୍ତ ଦୁଇ ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ହୋଇନି । ସ୍ଥିତି ଦେଖି ଜୁନରେ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାପୂର୍ବରୁ ସିବିଏସଇ ଓ ଆଇସିଏସଇ ବୋର୍ଡ ପରୀକ୍ଷା ବାତିଲ ହୋଇଥିଲା ।

Leave A Reply

Your email address will not be published.