Latest Odisha News

BREAKING NEWS

୨୧ରୁ ମାଟ୍ରିକ୍ ପରିକ୍ଷା: ୧୯ ମାର୍ଚ୍ଚରୁ ଖାତା ଦେଖା

ଭୁବନେଶ୍ଵର: ମାଟ୍ରିକ୍ ପରୀକ୍ଷାର୍ଥୀ ମାନଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୧ରୁ ମାଟ୍ରିକ୍ ପରୀକ୍ଷା । ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ୍ ପରୀକ୍ଷା । ୧୯ ମାର୍ଚ୍ଚରୁ ହେବ ଖାତା ଦେଖା । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛି ବୋର୍ଡ କତ୍ତୃପକ୍ଷ । ତେବେ ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବଡ଼ ପଦକ୍ଷେପ ନିଆଯାଇଛି ।

ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡ ପକ୍ଷରୁ ପ୍ରେସମିଟରେ ଏନେଇ ସୂଚନା ଦିଆଯାଇଛି । ଫେବ୍ରୁଆରୀ ୨୧ ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ପରୀକ୍ଷା । ପରୀକ୍ଷା ପାଇଁ ୧୨ ତାରିଖରୁ ୧୯ ଭିତରେ ସବୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ । ତେବେ ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ନହେବା ପାଇଁ ପଦକ୍ଷେପ ନିଆଯାଇଛି । ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ । ଯଦ୍ଵାରା ପ୍ରଶ୍ନପତ୍ର ଭାଇରାଲ୍ ହେଲେ ଜଣାପଡ଼ିବ । କେଉଁଠୁ ଓ କେଉଁ ସେଣ୍ଟରରୁ ଏହା ଭାଇରାଲ୍ ହୋଇଛି ସେନେଇ ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ିବ ।

ମାଟ୍ରିକ ପରୀକ୍ଷା ପାଇଁ ୩୦ ଜିଲ୍ଲାରେ ୩୧୩୩ ପରୀକ୍ଷା କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୩୧୪ଟି ନୋଡାଲ ସେଣ୍ଟର ହୋଇଛି । ସବୁ ସେଣ୍ଟରରେ ସିସିଟିଭି ଲାଗିଛି । ବଳକା ଥିବା ୬୦୦ ସେଣ୍ଟରରେ ଲାଇଟ୍ ବ୍ୟବସ୍ଥା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

Comments are closed.