Latest Odisha News

BREAKING NEWS

ଫେବ୍ରୁଆରୀ ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବ ମ୍ୟାଟ୍ରିକ୍ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୩ୟ ସପ୍ତାହ ଆଡ଼କୁ ହୋଇପାରେ ବୋଲି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି ।

“ଏହି ମ୍ୟାଟ୍ରିକ୍ ପରୀକ୍ଷାର ପରୀକ୍ଷା ସୂଚୀ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ଯଥାଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ,” ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଗତବର୍ଷ କେତେକ ପରୀକ୍ଷା କେନ୍ଦ୍ରରେ ହୋଇଥିବା କପିକୁ ନେଇ ପରିଷଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦରକାର ପଡ଼ିଲେ ଏହିସବୁ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ନହୋଇ ନିକଟସ୍ଥ କେନ୍ଦ୍ରରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ ଜଣାଇଛନ୍ତି ।

Leave A Reply

Your email address will not be published.