Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ, କରିବେ ଅଚାନକ ପରିଦର୍ଶନ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ସରିଛି । ହବରେ ପ୍ରଶ୍ନପତ୍ର କଡ଼ା  ସୁରକ୍ଷା ମଧ୍ୟରେ ରହିଛି । ତେବେ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଓ କପି ରୋକିବା ଲାଗି ପଦକ୍ଷେପ ନିଆଯାଇଛି ।

ଚଳିତ ପରୀକ୍ଷାରେ ସ୍ୱତନ୍ତ୍ର ସ୍କ୍ୱାଡ୍ ଅଚାନକ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ । ସ୍କ୍ୱାଡ୍ ପରୀକ୍ଷା କେନ୍ଦ୍ରକୁ ଯିବା ନେଇ କାହାରିକୁ ସୂଚନା ଦିଆଯିବ ନାହିଁ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମାର୍ଚ୍ଚ ୧୦ରୁ ଆରମ୍ଭ ହେଉଥିବା ମାଟ୍ରିକ ବୋର୍ଡ ପରୀକ୍ଷା ୧୭ ତାରିଖରେ ସରିବ । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗା ଯାଇଛି । ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ହବରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ଲାଗି ସ୍ୱତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଚାପମୁକ୍ତ ରୁହନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ । ଏହା ଶେଷ ପରୀକ୍ଷା ନୁହେଁ, ଚାପମୁକ୍ତ ରୁହ ।

Leave A Reply

Your email address will not be published.