Latest Odisha News

BREAKING NEWS

ମହିଳାଙ୍କୁ ବାରଣ ଏହି ଦ୍ୱୀପ

ଜିକାଲି ମହିଳାମାନେ ସମୁଦ୍ରରୁ ନେଇ ମହାକାଶ ପର୍ଯ୍ୟନ୍ତ ସବୁ ସ୍ଥାନରେ ପୁରୁଷମାନଙ୍କ ସହିତ କାନ୍ଧ କାନ୍ଧରେ ମିଶେଇ କାମ କରୁଛନ୍ତି  । ହେଲେ ଯେତେବେଳେ ବିଶ୍ୱାସ ଏବଂ ରୀତିନୀତି କଥା ଆସେ, ସେତେବେଳେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମାନତାର କଥାବାର୍ତ୍ତା ଅର୍ଥହୀନ ମନେହୁଏ । ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏହା ଜାରି ରହିଛି । ତେବେ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠି କି ମହିଳାଙ୍କୁ ଯିବା ମନା । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ ।

ଜାପାନର ଓକିନୋସିମା ଏପରି ଏକ ସ୍ଥାନ ଯାହାକୁ ପବିତ୍ର ବୋଲି ବିଚାର କରାଯାଏ। କିନ୍ତୁ ଏହି ପବିତ୍ର ସ୍ଥାନରେ କୌଣସି ମହିଳା ପ୍ରବେଶ କରିବାର ଅନୁମତି ନାହିଁ। ମହିଳାଙ୍କୁ ଅନୁମତି ନ ମିଳିବାର କାରଣ ହେଉଛି, ଏହି ଦ୍ୱୀପକୁ ଆରମ୍ଭରୁ ମହିଳାଙ୍କ ପାଇଁ ଅସୁରକ୍ଷିତ ବୋଲି ଧରାଯାଏ। ଦ୍ୱୀପରେ ଥିବା ମନ୍ଦିରର ମହନ୍ତଙ୍କ କହିବା କଥା, ଏହି ପ୍ରଥାକୁ ବନ୍ଦ କରାଯିବା ଉଚିତ ନୁହେଁ। ଆଉ ଏକ କାରଣ ହେଉଛି ପୁରୁଷମାନେ ଏଠାରେ ଉଲଗ୍ନ ଅବସ୍ଥାରେ ବୁଲୁଥିବାରୁ ମହିଳାଙ୍କୁ ଅନୁମତି ନାହିଁ ବୋଲି ମଧ୍ୟ କୁହାଯାଏ।

ପୁରୁଷମାନେ ଏହି ସ୍ଥାନକୁ ଯିବାକୁ ହେଲେ କଠୋର ନିୟମ ପାଳନ କରିବାକୁ ପଡ଼ିଥାଏ। ଯିବା ପୂର୍ବରୁ ସେମାନେ ଉଲଗ୍ନ ହୋଇ ସମୁଦ୍ରରେ ଗାଧୋଇଥାନ୍ତି। ସେହି ସ୍ଥାନକୁ ଉଲଗ୍ନ ଭାବେ ଯାଇଥାନ୍ତି। ଏଠାରେ କେବଳ ବର୍ଷକୁ ୨୦୦ପୁରୁଷ ଯିବାର ଅନୁମତି ରହିଛି। କେବଳ ଏତିକି ନୁହେଁ ସେମାନେ ସେଠାରୁ ଫେରିବା ସମୟରେ ଦ୍ୱୀପର କୌଣସି ଜିନିଷ ଆଣିପାରିବେ ନାହିଁ ଏବଂ ନିଜ ଅନୁଭୂତି କାହାକୁ ବାଣ୍ଟି ପାରିବେ ନାହିଁ।

ଏହି ଦ୍ୱୀପକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ଭାବେ ମାନ୍ୟତା ମିଳିଛି। ୭୦୦ବର୍ଗ ମିଟର ପରିବ୍ୟାପ୍ତ ଏହି ଦ୍ୱୀପ ଚତୁର୍ଥରୁ ନବମ ଶତାବ୍ଦୀ ମଧ୍ୟରେ କୋରିଆ ଓ ଚାଇନା ମଧ୍ୟରେ ବ୍ୟବସାୟ ବାଣିଜ୍ୟର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସପ୍ତଦଶ ଶତାବ୍ଦୀରେ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ଦ୍ୱାରା ନାବିକମାନେ ନୌଯାତ୍ରା ସୁରକ୍ଷତ ରୁହେ ବୋଲି ବିଶ୍ୱାସ ରହିଛି।

Leave A Reply

Your email address will not be published.