Latest Odisha News

BREAKING NEWS

କରୋନାକୁ ବଳିଗଲା ମାଟ୍ରିକ୍ ମାର୍କ ଚିନ୍ତା !

ମୟୂରଭଞ୍ଜ: ଦେଶ ତଥା ରାଜ୍ୟବ୍ୟାପି କରୋନାର କହର ଜାରି ରହିଥିଲାବଳେ ମାଟ୍ରିକ୍ ପରୀକ୍ଷାରେ କମ୍ ମାର୍କ ରଖି ଆତ୍ମହତ୍ୟା କରିଛନ୍ତି ଜଣେ ୧୫ ବର୍ଷୀୟ ଛାତ୍ରୀ । ମାଟ୍ରିକ୍ ପରୀକ୍ଷାରେ ଆଶାନୁରୂପ ମାର୍କ ନ ରହିବାରୁ ଗୁରୁବାର ମୟୂରଭଞ୍ଜରେ ଜଣେ ଛାତ୍ରୀ ଜୀବନ ହାରିଛନ୍ତି ।

ଘରେ କେହି ନଥିବାବେଳେ ବାହାନଡା ଗାଁର ଛାତ୍ରୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଛାତ୍ରୀଙ୍କ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ଅନୁଯାୟୀ ମୃତ ଛାତ୍ରୀ ଜଣକ ୮୫ ପ୍ରତିଶତ ମାର୍କ ପାଇଁ ଆଶାୟୀ ଥିବାବେଳେ ୭୫ ପ୍ରତିଶତ ମାର୍କ ହାସଲ କରିଥିବାରୁ ମାନସିକ ଯନ୍ତ୍ରଣା ଦେଇ ଗତି କରୁଥିଲେ ।

Leave A Reply

Your email address will not be published.