Latest Odisha News

BREAKING NEWS

ଆହୁରି ୪-୫ ଦିନ ଶୀତ: ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ଟି ସହରରେ ପାରଦ

ଭୁବନେଶ୍ୱର: ରାଜ୍ୟକୁ ଫେରିଛି ଶୀତ । ଗତ ଦୁଇ ଦିନ ହେବ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାଣିପାଗ ବିଭାଗ ସୂଚନା ଦେଇଛି ଶୀତ ଲହରି ଆହୁରି ୪-୫ ଦିନ ରହିବ । ଆଜି ରାଜ୍ୟର ୧୦ଟି ସହରରେ ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି ।

କନ୍ଧମାଳ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ । ଜି. ଉଦୟଗିରରେ ସର୍ବନିମ୍ନ ୪ ଡିଗ୍ରୀ ସେଲସିୟସ ଓ ଫୁଲବାଣୀରେ ୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବୌଦ୍ଧରେ ୯, ବାରିପଦାରେ ୯.୬, ଝାରସୁଗୁଡ଼ାରେ ୭.୫, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ରହିଛି ୮.୪ ଡିଗ୍ରୀ ସେଲସିୟସ ରହିଛି ।

ସୁନ୍ଦରଗଡ଼ରେ ୯, ବଲାଙ୍ଗିରରେ ୭.୮, ସୋନପୁର ୮.୬, ଦାରିଙ୍ଗିବାଡ଼ିରେ ୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ଓ କଟକରେ ୧୨ ଡିଗ୍ରୀ ରହିଛି ରାତିର ସର୍ବନିମ୍ନ ତାପମାତ୍ରା ।

ଝାରସୁଗୁଡ଼ା ଓ ବଲାଙ୍ଗିରରେ ତୀବ୍ର ଶୀତ ଲହରି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଚାନ୍ଦବାଲି, ବାଲେଶ୍ୱର, କେନ୍ଦୁଝର, ଫୁଲବାଣୀ, ଜି. ଉଦୟଗିରି, ବାରିପଦାରେ ଶୀତ ଲହରି ଅନୁଭୂତ ହେଉଛି ।

Leave A Reply

Your email address will not be published.