ଭୁବନେଶ୍ୱର: ଖସିଲା ପାରଦ । ଜାଡ଼ରେ ଥରୁଛି ଓଡ଼ିଶା । କାଲିଠାରୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଶୀତ ଲହରି । ବିଭିନ୍ନ ଜିଲ୍ଲାରେ ଅନୁଭୂତ ହୋଇଛି ହାଡ଼ଭଙ୍ଗା ଶୀତ । ଗତକାଲି ରାଜ୍ୟର ୧୦ଟି ସହରରେ ପାରଦ ୧୩ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଠଛି ଝାରସୁଗୁଡ଼ା । ସେଠାରେ ସର୍ବନିମ୍ନ ତାପମାତ୍ରା ୮.୨ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
#୧୩ଡ଼ିଗ୍ରୀ ତଳେ ୧୦ ସହରରେ #ପାରଦ
୮.୨ ଡିଗ୍ରୀ ସହ #ଝାରସୁଗୁଡା ଓଡ଼ିଶାର #ଥଣ୍ଡା ସହର#ଫୁଲବାଣୀ ୯.୫, #ଅନୁଗୁଳ ୧୦, #ଦାରିଙ୍ଗବାଡି ୧୦,#ବାରିପଦା ୧୦.୫, #କୋରାପୁଟ ୧୧, #କେନ୍ଦୁଝର ୧୧.୭, #ସୁନ୍ଦରଗଡ ୧୨ ,#ବଲାଙ୍ଗୀର ୧୨.୪ ଏବଂ #ବୌଦ୍ଧ ୧୨.୫, #କଟକ ୧୩.୮ ଏବଂ #ଭୁବନେଶ୍ୱର ଠାରେ ୧୬.୫ pic.twitter.com/7nZQJ1fxZ4— Meteorological Centre, Bhubaneswar (@mcbbsr) December 19, 2020
ଫୁଲବାଣୀରେ ୯.୫, ଅନୁଗୁଳ ଓ ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ସେଲସିୟସ ଲେଖାଏ ତାପମାତ୍ରା ରହିଛି । ସେହିପରି ବାରିପଦାରେ ୧୦.୫, କୋରାପୁଟରେ ୧୧, କେନ୍ଦୁଝରରେ ୧୧.୭, ସୁନ୍ଦରଗଡ଼ରେ ୧୨, ବଲାଙ୍ଗିରରେ ୧୨.୪ ଓ ବୌଦ୍ଧରେ ୧୨.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ ।
କଟକରେ ଗତକାରି ୧୩.୮ ଓ ଭୁବନେଶ୍ୱରରେ ପାରଦ ଥିଲା ୧୬.୫ ଡିଗ୍ରୀ ସେଲସିୟସ୍ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆଗାମୀ ୪-୫ ଦିନ ଶୀତ ଲହରି ଜାରି ରହିବ ।
Comments are closed.