Latest Odisha News

BREAKING NEWS

କୋଟିଏ ପାର କଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଡେଇଁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫ହଜାର ୧୫୩ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଅତିକ୍ରମ କରିଛି ।

ମହାମାରୀ ନେଲାଣି ୧ଲକ୍ଷ ୪୫ହଜାର ୧୩୬ ଜୀବନ । ଗତ ୨୪ ଘଣ୍ଟାରେ ମୃତ୍ୟୁବରଣ କରିଛନ୍ତି ୩୪୭ କରୋନା ଆକ୍ରାନ୍ତ । ଦେଶରେ ମୃତ୍ୟୁହାର ରହିଛି ୧.୪୫% ।


ଉତ୍ସାହଜନକ ରହିଛି ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୫.୪୬% ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୯୫ଲକ୍ଷ ୫୦ହଜାର ୭୧୨ । ଗତ ୨୪ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ୨୯ହଜାର ୮୮୫ ଆକ୍ରାନ୍ତ । ଏବେ ରାଜ୍ୟରେ ୩ଲକ୍ଷ ୮ହଜାର ୭୫୧ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.