ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ଦୁର୍ନୀତି ମାମଲାରେ ସ୍ଥିତି ପରଖିବେ ଖଣି ମନ୍ତ୍ରୀ ଓ ସଚିବ। ଚୋରା କୋଇଲା ଖଣି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବିଭାଗୀୟ ସଚିବ ଆଜି ସୁନ୍ଦରଗଡ଼ ଆସି ଘଟଣାସ୍ଥଳକୁ ସ୍ଥିତି ପରଖିବେ। ସୁନ୍ଦରଗଡରେ କୋଇଲା ଚୋରିର ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀ ଭୋଇ ।
ପୂର୍ବରୁ ପ୍ରଶାସନ ପକ୍ଷରୁ ଚାଲିଥିବା ଚଢାଉରେ ଖଣିରେ ଗଚ୍ଛିତ ଥିବା କୋଇଲା ଗୁଡିକୁ ଜବତ କରାଯାଇଥିଲା। ଏହି କୋଇଲାକୁ ବାହାର ରାଜ୍ୟ ଛତିଶଗଡ଼, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ମାଫିଆ ମାନେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଯାହା ବିଷୟରେ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଏହି ଚଢାଉ କରାଯାଇଥିଲା।
Comments are closed.