Latest Odisha News

BREAKING NEWS

ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ସହିନପାରି ୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

କଟକ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ଦେଶକୁ ଦୋହଲାଇ ଦେଇଛି । ତାଙ୍କ ପ୍ରଶଂସକମାନେ ତାଙ୍କ ଆତ୍ମହତ୍ୟା ଖବରକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ଏହି ଘଟଣାକୁ ୪ରୁ ୫ ଦିନ ବିତିଯାଇଥିଲେ ମଧ୍ୟ ସୁଶାନ୍ତ ଫ୍ୟାନ୍‌ମାନେ ନିରାଶ ହୋଇ ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତି ।

କଟକ କଲେଜ ଛକରେ ଥିବା ଜଣେ ୯ମ ଶ୍ରେଣୀ ଛାତ୍ରୀ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ସହିନପାରି ନିଜେ ଆତ୍ମହତ୍ୟା କରିଛନ୍ତି । ଏନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ।  ସୁଶାନ୍ତଙ୍କ ବହୁତ ବଡ ଫ୍ୟାନ ଥିଲେ ଏହି ନବମ ଶ୍ରଣୀର ଛାତ୍ରୀ । ଘରେ ଷ୍ଟଡିରୁମରେ ତାଙ୍କ ଫଟୋ ଲଗାଇଛନ୍ତି ଏବଂ ତାଙ୍କ ସିନେମା ଦେଖନ୍ତି । ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରାୟ ୪ ଦିନ ଧରି ସେ ନିରାଶ ରହିଥିଲେ ବୋଲି ପରିବାର ଲୋକେ ଏତଲାରେ ଦର୍ଶାଇଛନ୍ତି । ଗୁରୁବାର ଘରେ କେହି ନଥିବାର ସୁଯୋଗ ନେଇ ସେ ଆତ୍ମହତ୍ୟା କରିଥିବା ଜଣପାଡିଛି । ତେବେ ଖାଲି ଏହି ଜଣକ ଛାତ୍ରୀ ନୁହନ୍ତି, ଦେଶର ବିଭିନ୍ନ ସ୍ଥାନରେ ସୁଶାନ୍ତ ପାଇଁ ପ୍ରାୟ ୪ଜଣ ଫ୍ୟାନ ଆତ୍ମହତ୍ୟା କରି ସାରିଲେଣି ।

Leave A Reply

Your email address will not be published.