Latest Odisha News

ପୁଣି ରାଣୀ କଙ୍ଗନା ମୁହଁ ଖୋଲିଲେ: ସୁଶାନ୍ତଙ୍କୁ ହତ୍ୟା କରାଯାଇଛି !

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ପୁନର୍ବାର ମୁହଁ ଖୋଲିଛନ୍ତି । ସେ ଏ ନେଇ ସୋସିଆଲ ସାଇଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯାହା କି ଭାଇରାଲ ହେବା ଆରମ୍ଭ ହୋଇଛି । ଉକ୍ତ ଭିଡିଓରେ କେତେକ ନିର୍ଦ୍ଦିଷ୍ଟ ମିଡିଆ କିପରି ସୁଶାନ୍ତଙ୍କ ବିପକ୍ଷରେ ମିଛ କଥା ଲେଖି ମାନସିକ ଚାପ ପକାଇବାକୁ ଚେଷ୍ଟା କରିଥିଲେ ତାହା ସେ ଏଥିରେ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ । ଏହି ନୂଆ ଭିଡିଓରେ ନିଜ ପ୍ରତି ହୋଇଥିବା ସାମୂହିକ ବହିଷ୍କାର ଯୋଜନା ସମ୍ପର୍କରେ ମଧ୍ୟ କହିଥିଲେ । ଜଣେ ସାମ୍ବାଦିକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନ କରିବାରୁ ବିରକ୍ତ ହୋଇଥିଲି । ଏହା ପରେ ୪ ଅଭିଜ୍ଞ ସାମ୍ବାଦିକ ଏକତ୍ର ହେବା ସହ ମୋ ବିରୋଧରେ ଅପପ୍ରଚାର ଆରମ୍ଭ କରିଥିଲେ । ଫିଲ୍ମକୁ ଫ୍ଲପ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ । ପାଖାପାଖି ୩୦୦୦ ସାମ୍ବାଦିକ ମୋତେ ଟାର୍ଗେଟ କରିଥିଲେ ବୋଲି କଙ୍ଗନା କହିଛନ୍ତି । ସେମାନଙ୍କ ବିରୋଧରେ କେସ୍ କରିବା ପାଇଁ ଉଦ୍ୟମ କରିଥିଲି । ଏହା ପରେ ମାସକ ମଧ୍ୟରେ ସେମାନେ ସବୁ ଲୁଚି ଯାଇଥିଲେ ।

ନେପୋ କିଡ୍ସଙ୍କ ବିରୋଧରେ କାହିଁକି କିଛି ଲେଖା ଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହି ଅବସରରେ ସେ ଦର୍ଶକଙ୍କୁ ଅନୁରୋଧ କରିଥିଲେ ଯେ, ଚିଲ ଶାଗୁଣାରୂପୀ ମଣିଷଙ୍କ ବିରୋଧରେ ମୁହଁ ଖୋଲ । ଅନ୍ୟଥା ତୁମର ପିଲାମାନେ ଦିନେ ସୁଶାନ୍ତଙ୍କ ପରି ଅସୁବିଧାର ସମ୍ମୁଖୀନ ହେବେ ।

Leave A Reply

Your email address will not be published.