Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ ମଣ୍ଡଳୀ; ତାରା ବାହିନୀପତି ଦେଲେ କୋଟପାଟ ଶାଢ଼ୀ

ଭୁବନେଶ୍ୱର: ଭୋଟ୍ ଦେଇ ଜିତେଇଥିଲେ । ଆଜି ଆତିଥ୍ୟତା ଗ୍ରହଣ କଲେ ଓଡ଼ିଶା ବିଧାନସଭାର ସଭ୍ୟ ଗଣ । ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାର ଏକ ବିଧାୟକ ମଣ୍ଡଳୀ ଭେଟିଛନ୍ତି। ରାଷ୍ଟ୍ରପତି ଭବନରେ ନିଜ ରାଜ୍ୟର ବିଧାୟକଙ୍କୁ ଭେଟି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି ।

ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୪ ଜଣିଆ ବିଧାୟକ ଦଳ ରାଷ୍ଟ୍ରପତିଙ୍କୁ ଭେଟି ବେଶ୍‌ କିଛି ସମୟ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି।

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ  ଓଡ଼ିଶାର ବିଧାୟକମାନଙ୍କ ସହ ତାଙ୍କର ସାକ୍ଷାତ ହୋଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ।

ରାଷ୍ଟ୍ରପତି ହେବା ପରେ ପ୍ରଥମ ଭେଟଘାଟରେ ଅଭିନନ୍ଦନ ଜଣାଇବା ସହ ବିଧାୟକମାନେ ଘେନିଥିବା ଉପହାରକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନୀପତି କୋଟପାଡ଼ର ପ୍ରସିଦ୍ଧ ଶାଢ଼ୀ ଦେଇଥିଲେ । ପ୍ରମିଳା ମଲ୍ଲିକ ବି ଶାଢ଼ୀ ଉପହାର ଦେଇଥିଲେ ।

ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ କବିତା ଲେଖିଥିଲେ। ଏହି କବିତାକୁ ଶ୍ରୀ ସେଠୀ ସେଠାରେ ପାଠ କରିବା ସହ କବିତା ସଙ୍କଳନକୁ ଫ୍ରେମ୍ କରି ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ ।

ଏହି ବ୍ୟକ୍ତିଗତ ଉପହାର ସବୁ ସହ ବିଧାନସଭା କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କୁ ତାରକସି ପ୍ରସ୍ତୁତ ଜଗନ୍ନାଥଙ୍କ ମୂର୍ତ୍ତି ପ୍ରଦାନ କରାଯାଇଛି। ଏହି ଅବସରରେ ସବୁ ବିଧାୟକ ଗଣ ରାଷ୍ଟ୍ରପତିଙ୍କ ସହ ଗ୍ରୁପ୍ ଫଟୋ ଉଠାଇଥିଲେ।

Leave A Reply

Your email address will not be published.