Latest Odisha News

BREAKING NEWS

ଟାର୍ଗେଟରେ ବର୍ଷା ! ସୋସିଆଲ୍ ମିଡିଆ ଟ୍ରୋଲକୁ ନେଇ ମୁହଁ ଖୋଲିଲେ ଜାଗ୍ରତି

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ସହ ଏକ ଫଟୋକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ ପରେ ମୁହଁ ଖୋଲିଛନ୍ତି ସାମ୍ବାଦିକା ଜାଗ୍ରତି ଶୁକ୍ଳା । ଅନୁଭବ-ବର୍ଷା ପ୍ରସଙ୍ଗରେ ଚୁପ୍‌ ରହିଥିବା ଜାଗ୍ରତି ତାଙ୍କୁ ବିବାଦ ଭିତରକୁ ଟଣା ଯାଇଥିବାରୁ କ୍ଷୁବ୍ଧ ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଗାଳିଗୁଳଜ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ୍‌ କରି ଲେଖିଛନ୍ତି, ମୁଁ ଜଣେ ସାମ୍ବାଦିକ । ମୋ କାମ ଯାହା ସାଂସଦଙ୍କ ସହ ନିୟମିତ କଥା ହେବାକୁ ପଡେ । ସାଂସଦ ଅନୁଭବ ମହାନ୍ତିଙ୍କ ସହ ମୋର ଭଲ ବୃତ୍ତିଗତ ସମ୍ପର୍କ ରହିଛି । ଆମେ ଭଲ ବନ୍ଧୁ ।

ଜାଗ୍ରତି ଆହୁରି ଲେଖିଛନ୍ତି, ବୈବାହିକ ବିବାଦକୁ ନେଇ ଅନୁଭବ ଓ ତାଙ୍କ ପରିବାର କଠିନ ସମୟ ଦେଇ ଗତି କରୁଛନ୍ତି । ଅନୁଭବ ଓ ପତ୍ନୀ ବର୍ଷାଙ୍କ ବିବାଦ ସେମାନଙ୍କ ବ୍ୟକ୍ତିଗତ । ଗତ କିଛି ଦିନ ହେବ ସାଧାରଣରେ ତାଙ୍କ ବିରୋଧରେ ଅପମାନଜନକ ବାର୍ତ୍ତା ସହ ଗାଳିଗୁଳଜ କରାଯାଉଛି । ଯେଉଁ ଟ୍ରୋଲିଂ ହେଉଛି ଯାହା ଆଦୌ ଗ୍ରହଣୀୟ ନୁହଁ ।

ଜାଗ୍ରତିଙ୍କ ଟାର୍ଗେଟରେ ଆସିଛନ୍ତି ବର୍ଷା ପ୍ରିୟଦର୍ଶନୀ । ଜାଗ୍ରତି ଲେଖିଛନ୍ତି, ଯେଉଁମାନେ ଗାଳିଗୁଳଜ କରୁଛନ୍ତି ଓ ଚରିତ୍ରହରଣ କରୁଛନ୍ତି ସେମାନେ ଅଧିକାଂଶ ବର୍ଷା ପ୍ରିୟଦର୍ଶନୀଙ୍କ ଫ୍ୟାନ୍‌ । ଯେଉଁମାନେ ଜଣେ ମହିଳାଙ୍କ ସପକ୍ଷରେ ଠିଆ ହେଉଛନ୍ତି, ସେମାନେ କିପରି ଅନ୍ୟ ଜଣେ ମହିଳାଙ୍କ ପ୍ରତି ଅସଭ୍ୟ ଭାଷା ବ୍ୟବହାର କରୁଛନ୍ତି ବୋଲି ଜାଗ୍ରତି ପ୍ରଶ୍ନ କରିଛନ୍ତି । ସବୁ ସୀମା ପାର ହେବାରୁ ପ୍ରତିକ୍ରିୟା ରଖିବାକୁ ବାଧ୍ୟ ହେଲେ ବୋଲି ଜାଗ୍ରତି ଲେଖିଛନ୍ତି ।

ଜାଗ୍ରତି କହିଛନ୍ତି, ଗାଳିଗୁଳଜ ଯୋଗୁଁ କେବଳ ସେ ନୁହଁନ୍ତି ତାଙ୍କ ପରିବାର ମଧ୍ୟ ଅସୁବିଧାରେ ପଡିଛନ୍ତି । ଏହା ପଛରେ କିଏ ବୋଲି ପ୍ରଶ୍ନ କରିଛନ୍ତି ଜାଗ୍ରତି । ଏହାକୁ ନେଇ ପୋଲିସରେ ରିପୋର୍ଟ କରିବେ । ବ୍ୟକ୍ତିଗତ ହୁଅନ୍ତୁ କି ମିଡିଆ ସଂଗଠନ ଯିଏ ବି ଏଭଳି ବ୍ୟବହାର ଓ ଚରିତ୍ରହରଣ ପଛରେ ଯିଏ ଅଛନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତେଇ ଦେଇଛନ୍ତି ଜାଗ୍ରତି ।

ଏପରି ସମ୍ବେଦନଶୀଳ ମାମଲାରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ସିଏମ୍‌ଓ ଓଡ଼ିଶା, ଜାତୀୟ ମହିଳା କମିଶନଙ୍କ ନିକଟରେ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ବର୍ଷା ପ୍ରିୟଦର୍ଶନୀଙ୍କ ଭଳି ସେଲିବ୍ରିଟି ହୁଅନ୍ତୁ କି ସାଧାରଣ ଜନତା, ସମସ୍ତେ ଆଇନ ଆଖିରେ ସମାନ । ଏହା ସମସ୍ତଙ୍କୁ ଜଣାଇବା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅନୁରୋଧ କରିଛନ୍ତି ଜାଗ୍ରତି ।

Leave A Reply

Your email address will not be published.