Latest Odisha News

BREAKING NEWS

ଜାଣନ୍ତୁ, ସଂସଦୀୟ କମିଟିରେ କେଉଁ ଓଡିଆ ସାଂସଦଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର: ଓଡିଶାର ପ୍ରାୟ ୧୭ ଜଣ ସାଂସଦଙ୍କୁ ଶନିବାର ଦିନ ପାର୍ଲିଆମେଣ୍ଟାରୀ ପ୍ୟାନେଲ୍ ତଥା ସଂସଦୀୟ କମିଟିରେ ସାମିଲ କରାଯାଇଛି ।

ଜାଣନ୍ତୁ, କେଉଁ କମିଟିରେ କିଏ ପାଇଲେ ସ୍ଥାନ-

ଅର୍ଥ କମିଟି- ପୁରୀ ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ

ବାଣିଜ୍ୟ କମିଟି- ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ

ପ୍ରତିରକ୍ଷା କମିଟି- ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, ଜଗତସିଂହପୁର ରାଜଶ୍ରୀ ମଲ୍ଲିକ

ବୈଦେଶିକ ବ୍ୟାପାର କମିଟି- କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

ଗୃହ ବିଭାଗ କମିଟି- ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ

ପରିବହନ, ପର୍ୟ୍ୟଟନ ଓ ସଂସ୍କୃତି କମିଟି- ନବରଙ୍ଗପୁର ସାଂସଦ ରମେଶ ମାଝି ଏବଂ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ

ମାନବ ସମ୍ବଳ ବିକାଶ କମିଟି- କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏବଂ ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର

ବିଜ୍ଞାନ ଓ ଟେକ୍ନୋଲୋଜି, ପରିବେଶ ଓ ଜଙ୍ଗଲ କମିଟି- ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ, ଏନ୍ ଭାସ୍କର୍ ରାଓ ଏବଂ ଢେଙ୍କାନାଳ ସାଂସଦ ମହେଶ ସାହୁ

କୋଇଲା ଓ ଷ୍ଟିଲ୍ ବିଭାଗ କମିଟି- କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦ

ସାର ଓ ରସାୟନ କମିଟି- ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡ଼ୁ, ରାଜ୍ୟସଭା ସଦସ୍ୟ ରଞ୍ଜୀବ ବିଶ୍ୱାଳ

ଆଇନ ଓ ନ୍ୟାୟ , ସାଧାରଣ ଅଭିଯୋଗ କମିଟି- ବରଗଡ ସାଂସଦ ସୁରେଶ ପୂଜାରୀ

ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟି- ଆସ୍କା ସାଂସଦ ପ୍ରମିଳା ବିଷୋୟୀ, କୋରାପୁଟ ସାଂସଦ ସନ୍ତଗିରି ଉଲକା

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କମିଟି- ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ

ଶ୍ରମ କମିଟି- କଟକ ସାଂସଦ ଭର୍ତ୍ତୃହରି ମହତାବ, ରାଜ୍ୟସଭା ସଦସ୍ୟ ରଘୁନାଥ ମହାପାତ୍ର

ରେଳୱେ କମିଟି- କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେବ

ସହରାଞ୍ଚଳ ବିକାଶ କମିଟି- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଜଳ ସଂପଦ କମିଟି- ରାଜ୍ୟସଭା ସଦସ୍ୟ ନରେନ୍ଦ୍ର କୁମାର ସ୍ୱାଇଁ

Leave A Reply

Your email address will not be published.