Latest Odisha News

BREAKING NEWS

ଛାଡପତ୍ର ମାମଲା ଚାଲୁଥିବା ବେଳେ ମହିଳାଙ୍କୁ ମିଳିବ ପେନସନ୍: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଛାଡପତ୍ର ମାମଲା ଚାଲୁଥିବା ବେଳେ ସମ୍ପୃକ୍ତ ମହିଳାଙ୍କୁ ପେନସନ୍ ପ୍ରଦାନ କରାଯିବା ନେଇ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି ।

ଏସମ୍ପର୍କରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ବାର୍ଷିକ ୪୦ ହଜାରରୁ କମ୍ ଆୟ କରୁଥିବା ମହିଳାଙ୍କୁ ଏହି ପେନସନ୍ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଏହି ପେନସନ୍ ପାଇବା ଲାଗି ସମ୍ପୃକ୍ତ ମହିଳାଙ୍କୁ ଛାଡପତ୍ର ମାମଲା ସମ୍ପର୍କିତ ସମସ୍ତ କାଗଜ ପତ୍ର ପ୍ରମାଣ ସ୍ୱରୂପ ଜମା କରିବାକୁ ପଡିବ । ଏତଦବ୍ୟତିତ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ‘ମଧୁବାବୁ ପେନସନ୍ ଯୋଜନା’ ରେ ମହିଳାଙ୍କୁ ଏହି ଟଙ୍କା ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.