Latest Odisha News

ପିପିଲିରେ ନିର୍ବାଚନୀ ହିଂସା : କଂଗ୍ରେସ କ୍ୟାମ୍ପ ଅଫିସକୁ ଜାଳିଦେଲେ ଦୁର୍ବୃତ୍ତ

ପୁରୀ:  ପୌର ନିର୍ବାଚନ ପାଇଁ ପ୍ରଚାର ସମୟ ଶେଷ ହୋଇଆସୁଥିବା ବେଳେ ତୀବ୍ର ହେବାରେ ଲାଗିଛି ରାଜନୈତିକ ହିଂସା । ଗୋଟିଏ ଗୋଷ୍ଠୀ ଆଉଗୋଟିଏ ଗୋଷ୍ଠୀ ଉପରେ ଆକ୍ରମଣ କରିଛନ୍ତି ।। ପିପିଲିରେ ଏ ହେଉଛି ରାଜନୈତିକ ହିଂସାର ଆଉ ଏକ ଦୃଶ୍ୟ ।

ଏନଏସିର ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ କଂଗ୍ରେସ ପାର୍ଟି ଅଫିସକୁ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀଙ୍କ ଭାଇ । ନିଆଁ ଲଗାଇବା ପଛରେ ନିର୍ଦ୍ଦିଷ୍ଟ ଦଳର ହାତ ଥିବା ସେ ଅଭିଯୋଗ କରିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ଲୋକପ୍ରିୟତାକୁ ସହିନପାରି ପରାଜୟ ଭୟରେ ନିର୍ଦ୍ଦିଷ୍ଟ ରାଜନୈତିକ ଗୋଷ୍ଠୀ ଏଭଳି ଆକ୍ରମଣାତ୍ମକ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ସେପଟେ ଏହି କାଣ୍ଡ ଘଟାଇବା ନେଇ ଏକ ନିର୍ଦ୍ଦିଷ୍ଟ ଦଳକୁ ଟାର୍ଗେଟ କରିଛନ୍ତି ।

Leave A Reply

Your email address will not be published.