Latest Odisha News

BREAKING NEWS

ପୌର ନିର୍ବାଚନ : ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତାକାଲି ବାହାରିବ ରେଜେଲ୍ଟ

ଭୁବନେଶ୍ୱର : ସରିଲା ଭୋଟ ।ଏବେ ଅପେକ୍ଷା ରେଜେଲ୍ଟକୁ । ପୌର ନିର୍ବାଚନ ପାଇଁ ରାଜ୍ୟବାସୀ ରାୟ ଦେଇସାରିଛନ୍ତି । ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ରହିଛି । କଡା ସୁରକ୍ଷା ବଳୟ ଭିତରେ ଏବେ ବନ୍ଦ ହୋଇ ରହିଛି ୬ହଜାର ୪୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟର ମାନେ ମେୟର ଓ କର୍ପୋରେଟରଙ୍କୁ ଭୋଟ ଦେଇ ୫ ବର୍ଷ ଲାଗି ବାଛିଛନ୍ତି । ଏବେ କିଏ ଜିତିବ କିଏ ହାରିବ ସେନେଇ କଳ୍ପନା ଜଳ୍ପନା ଜାରି ରହିଛି ।

ଅନେକ ପ୍ରାର୍ଥୀ ମନେରେ ଜିତିବା ନେଇ ଆଶାବାନ୍ଧି ବସିଥିବା ବେଳେ ।ଅନେକ ପ୍ରାର୍ଥୀ ଦ୍ୱନ୍ଦ ଭିତରେ ରହିଛନ୍ତି । ଭୁବନେଶ୍ୱର ମହାନଗର ନିଗମତେର ଚଳିତ ଥର ୫୦ ପ୍ରତିଶତ ନାଗରିକ ଭୋଟ ଦେଇଛନ୍ତି । ଚଳିତ ଥର ଭୋଟ ହାର କମିଛି । ସେପଟେ ଗତକାଲି ପୌର ନିର୍ବାଚନ ଚାଲିଥିବା ସମୟରେ ଅନେକ ସ୍ଥାନରେ ହିଂସାକାଣ୍ଡ ଉପୁଜିଛି । ଧାମନଗର ହିଂସାକାଣ୍ଡ ଦେଖିବାକୁ ମିଳିଥିଲ। ଜଣେ ଯୁବକଙ୍କୁ ଭୁଜିଲାରେ ଆକ୍ରମଣ କରାଯାଇଥିଲା ।

ସେହିପରି ପିପିଲିରେ ମଧ୍ୟ ରାଜନୈତିକ ହିଂସାକାଣ୍ଡ ପରିସ୍ଥିତି ଉପୁଜିଥିଲା । କେନ୍ଦୁଝରରେ ଉତ୍ତତେଜନା । କଣ୍ଟାବାଞ୍ଝିରେ ମଧ୍ୟ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଅନ୍ୟପଟେ କେଉଁଠି କେଉଁଠି ଇଭିଏମ୍ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ନିର୍ବାଚନ ସରିଯାଇଛି ।ହେଲେ ଏବେ ଫଳାଫଳ ଅପେକ୍ଷାରେ ପ୍ରାର୍ଥୀମାନେ । କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ସେନେଇ ସମସ୍ତେ ଅପେକ୍ଷାରେ।

Comments are closed.