ବଲାଙ୍ଗୀର: ଭାରତରେ ବହୁ ରହସ୍ୟମୟ ମନ୍ଦିର ରହିଛି। ସେହି ସବୁ ମନ୍ଦିରରେ ଏମିତି କିଛି ରହସ୍ୟ ଲୁଚି ରହିଥାଏ ଯେ, ବୈଜ୍ଞାନିକମାନେ ମଧ୍ୟ ରହସ୍ୟ ପଛର ସତ୍ୟତା ଖୋଜି ବାହାର କରିପାରିନାହାଁନ୍ତି। ତନ୍ମଧ୍ୟରୁ ଓଡ଼ିଶାରେ ମଧ୍ୟ ରହିଛି ଅନେକ ରହସ୍ୟମୟ ମନ୍ଦିର l ସେଥିମଧ୍ୟରୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଅବସ୍ଥିତ ଶିବ ମନ୍ଦିର ଅନ୍ୟତମ। ଆଜି ବି ରହସ୍ୟ ଭିତରେ ରହିଯାଇଛି ମନ୍ଦିର ଭିତର କିଛି କଥା।
ଓଡିଶାର ଟିଟିଲାଗଡ଼ ହେଉଛି ସବୁଠାରୁ ଉତପ୍ତ ସହର। ସେଥିପାଇଁ ଟିଟିଲାଗଡ଼କୁ ତତଲାଗଡ଼ ମଧ୍ୟ କୁହାଯାଏ। ଟିଟିଲାଗଡ଼ କୁମୁଡା ପାହାଡ଼ରେ ରହିଛି ଶିବ-ପାର୍ବତୀଙ୍କ ଏହି ମନ୍ଦିର। ପାହାଡ ଉପରେ ଥିବାରୁ ଏଠାରେ ଭୀଷଣ ଗରମ ହୁଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମନ୍ଦିର ବାହାରେ ଯେତେ ଗରମ ହେଲେ ବି ମନ୍ଦିର ଭିତର ଏ.ସି ଭଳି ଥଣ୍ଡାଥାଏ। ଭିତରେ ଟିକିଏ ହେଲେ ଗରମର ପ୍ରଭାବ ଦେଖିବାକୁ ମିଳେନି। ବାହାରେ ଟିକିଏ ସମୟ ଛିଡା ହେବା ବି ଭକ୍ତଙ୍କ ପାଇଁ ମୁସକିଲ ହୋଇଯାଏ। ହେଲେ ମନ୍ଦିର ଭିତରକୁ ପ୍ରବେଶ କରୁ କରୁ ଥଣ୍ଡା ଅନୁଭୂତ ହୋଇଥାଏ।
ଏନେଇ ମନ୍ଦିର ପୂଜାରୀ କୁହନ୍ତି ଯେ, ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ପ୍ରତିମା ଯୋଗୁଁ ଭିତରେ ଥଣ୍ଡା ଅନୁଭୂତ ହୋଇଥାଏ। ଭଗବାନ ଭୋଳାନାଥ ଓ ମାତା ପାର୍ବତୀଙ୍କ ମୂର୍ତ୍ତିରୁ ଥଣ୍ଡା ପବନ ଆସିଥାଏ ଯାହା ମନ୍ଦିର ବାତାବରଣକୁ ଥଣ୍ଡା ରଖିଥାଏ। ଥଣ୍ଡା ବାତାବରଣ କେବଳ ମନ୍ଦିର ଯାଏଁ ହିଁ ସୀମିତ। ତେବେ ଏହା ପଛରେ କଣ ରହସ୍ୟ ରହିଛି ତାକୁ ଜାଣିବାକୁ ବହୁତ ପ୍ରୟାସ ହୋଇଛି। କିନ୍ତୁ ଆଜି ଯାଏଁ ତାର ନିଷ୍କର୍ସ ବାହାରି ପାରିନାହିଁ। ଆଜି ବି ଏହା ରହସ୍ୟ ଘେରରେ ରହିଛି । କିଛି ଲୋକ ଏହାକୁ ଚମତ୍କାର କହୁଥିବା ବେଳେ କିଛି ଅନ୍ଧବିଶ୍ୱାସ ମଧ୍ୟ କୁହନ୍ତି।
BREAKING NEWS
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
Comments are closed.