Latest Odisha News

BREAKING NEWS

କାଳିଆ ଯୋଜନାକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରିବନି ଓଡିଶା: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ପାଖରେ କାଳିଆ ଯୋଜନାକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରିବାର କୌଣସି ପ୍ରସ୍ତାବ ନାହିଁ । ଏନେଇ ବୁଧବାର କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ବିଧାନସଭାରେ ଘୋଷଣା କରିଛନ୍ତି ।

ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି, ସରକାର ହିତାଧିକାରୀଙ୍କୁ ମୋଟ୍ ୧୦ହଜାର ଟଙ୍କା ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ୬୦୦୦ ଓ କାଳିଆ ଯୋଜନାରୁ ୪୦୦୦ ଟଙ୍କା ପ୍ରଦାନ କରାଯିବ । ଚାଷୀଙ୍କୁ ତିନୋଟି କିସ୍ତିରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧିନରେ ୬୦୦୦ ଟଙ୍କା ପ୍ରଦାନ କରାଯିବ । ଯେବେକି ପୂର୍ବରୁ ଯେଉଁ ଚାଷୀଙ୍କୁ ୬୦୦୦ଟଙ୍କା ମିଳୁଥିଲା, ଏବେ ୪୦୦୦ଟଙ୍କା ପ୍ରଦାନ କରାଯିବ ।

Leave A Reply

Your email address will not be published.