ଭୁବନେଶ୍ୱର: ପଦାରେ ପଡିଲା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପିଲା ପାଠ ପଢ଼ୁଛନ୍ତି । ଏନେଇ ଆଜି ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ।
ମୋହନ ମାଝୀ ଆଜି ଗୃହରେ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ । ଓଡ଼ିଶାରେ କେତେ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ, କେତେ ସଂଖ୍ୟକ ବିଦ୍ୟାଳୟ ନିଜସ୍ୱ ଗୃହ ନାହିଁ । କେତେ ବିଦ୍ୟାଳୟ ପାଇଁ ସର୍ବନିମ୍ନ ସଂଖ୍ୟକ ପିଲା ନାହାନ୍ତି ବୋଲି ସେ ପଚାରିଥିଲେ ।
ଏହାର ଉତ୍ତର ରେ ସମୀର ରଂଜନ ଦାଶ କହିଥିଲେ, ୧୧୫ଟି ବିଦ୍ୟାଳୟର ନିଜସ୍ୱ ଗୃହ ନାହିଁ । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ୩୧୫ଟି ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍ ପିଲା ପାଠ ପଢ଼ୁଛନ୍ତି । ପ୍ରାୟ ୧୦୪୮ଟି ହାଇସ୍କୁଲରେ କମ୍ପ୍ୟୁଟର ନାହିଁ । ୨୮ଟି କମ୍ପ୍ୟୁଟର ଥିବା ହାଇସ୍କୁଲରେ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ତାହା କାର୍ଯ୍ୟକାରୀ ହେଉନାହିଁ । ୨୬୧ଟି ବିଦ୍ୟାଳୟରେ ପାଠାଗାର ନାହିଁ ଓ ୪୭୦ଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ କାମ କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ ।
BREAKING NEWS
- ଦେଶର ଯୁବପିଢ଼ିଙ୍କୁ କାହିଁକି Gen Z-Alpha ରେ ବିଭକ୍ତ କରାଯାଉଛି: ବିରୋଧୀଙ୍କୁ ନୀତିନ ନବୀନଙ୍କ ଟାର୍ଗେଟ
- ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ
- ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !
- ହୀରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଉପରେ ଭାରତୀୟ ପୁରୁଷ ହକି ଦଳର ନଜର
- ୟୁକ୍ରେନରେ ଋଷର ବଡ଼ ଆକ୍ରମଣ: ବସ୍ ଉପରେ ବୋମା ବିସ୍ଫୋରଣରେ ୩୩ ନାଗରିକ ମୃତ
- ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟରେ ବଡ଼ ସ୍କାମ: ଚାକିରି ପାଇଁ ବୟସ ଜାଲିଆତି ଅଭିଯୋଗ
- Bbsr-Daspalla MEMU Train:ମେମୁ ଟ୍ରେନ୍ରୁ କଲେଜର ଅଧକ୍ଷଙ୍କ ମୃତଦେହ ଉଦ୍ଧାର
- ଅଷ୍ଟ୍ରେଲୀୟ କ୍ରିକେଟର ଜେକ୍ ୱେଦରାଲ୍ଡ ଗୁରୁତର ଆହତ: ବାଉଣ୍ଡ୍ରିରେ ମେଟାଲ୍ ବୋର୍ଡ ସହ ପିଟି ହୋଇଯାଇଥିଲା ମୁଣ୍ଡ
- କାହିଁକି ଶ୍ରୀମନ୍ଦିରର ଜେଟିପି ଲଖିଆକୁ ଗିରଫ କରୁନି ପୋଲିସ? ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
- ହକର ଲଢ଼େଇ: ପେସା ଆଇନ୍ ଓ ଜଙ୍ଗଲ ଅଧିକାର ଆଇନର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଦାବି

Comments are closed.