Latest Odisha News

BREAKING NEWS

ଦିଲ୍ଲୀ ପରେଡରେ ଯୋଗ ଦେବେ ଏନଏସଏସ ସ୍ବେଚ୍ଛାସେବୀ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଦିଲ୍ଲୀ ପରେଡରେ ସାମିଲ ହେବାକୁ ଏନଏସଏସ ସ୍ବେଚ୍ଛାସେବୀ ଦିଲ୍ଲୀ ଯାଉଛନ୍ତି । ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ନିମନ୍ତ୍ରଣ ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀ ପରେଡରେ ଉପସ୍ଥିତ ରହି ପରେଡ ଦେଖିବେ ଏନଏସଏସ ସ୍ବେଚ୍ଛାସେବୀ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ତଥା କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଏନଷି ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ଏନଏସଏସ ସ୍ବେଚ୍ଛାସେବୀମାନଙ୍କୁ ସ୍ୱାଧୀନତା ଦିବସ ପରେଡ ସହ ଭାରତର ଐତିହ୍ୟ କୀର୍ତ୍ତିରାଜି ଦେଖିବାକୁ ନିମନ୍ତ୍ରଣ ଦେଇଛନ୍ତି । ଏନେଇ ମନ୍ତ୍ରୀଙ୍କୁ ଭେଟି ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି ୧୬ ଜଣ ଏନଏସଏସ ଛାତ୍ରଛାତ୍ରୀ । ସେମାନଙ୍କ ସହ ଜଣେ ଗାଇଡ଼ ଵି ଯାଇଛନ୍ତି । ଆଜିଠାରୁ ୧୮ ତାରିଖ ଯାଏଁ ଦିଲ୍ଲୀରେ ରହି ସେମାନେ ଏକ୍ସପୋଜର ଭିଜିଟ କରିବେ । ଏହାପରେ ୧୮ରେ ସ୍ବାଧୀନତା ଦିବସ ପରେଡରେ ଯୋଗଦେବେ ।

Comments are closed.