ନବରଙ୍ଗପୁର: ଶ୍ରମିକ ସାଜିଲେ ବିଡିଓ । ଗୃହ ନିର୍ମାଣ ପାଇଁ ହାତରେ ଧରିଲେ କୋଡି କୋଦାଳ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ନଜେ ଶ୍ରମିକ ସାଜିଲେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ । ନବରଙ୍ଗପୁର ଜିଲ୍ଲାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ ଗୃହ ନିର୍ମାଣ ପାଇଁ ଶ୍ରମିକ ଭାବେ କାମ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହୋଇଛି ।
ସୂଚନା ଅନୁସାରେ, ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପିପାଲପଡା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀ, ଶ୍ରମିକଙ୍କ ଅନୁପସ୍ଥିତି ଯୋଗୁଁ ଗୃହ ନିର୍ମାଣ କାମ ଶେଷ କରିପାରିନଥିଲେ । ବିଡିଓ ଏହି ବିଷୟରେ ଜାଣିବା ପରେ ସ୍ଥାନୀୟ ପଂଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ସହ ଗାଁରେ ପହଂଚି ସେଠାରେ ଯୋଗାଣ ସହାୟକଙ୍କ ସହ ମିଶି ଶ୍ରମିକ ଭଳି କାମ କରିଥିଲେ । ବିଡିଓ ଧର୍ମରାଜ ମାଝୀଙ୍କ ଏହି କାମ ସମସ୍ତଙ୍କ ହୃଦୟ ଜିତିବା ସହ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
BREAKING NEWS
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
Comments are closed.