Latest Odisha News

BREAKING NEWS

ମାର୍ଚ୍ଚ ୧ରୁ ବଦଳୁଥିବା କେତେକ ନିୟମ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ମାର୍ଚ୍ଚ ୧ ତାରିଖ । ଆଜିଠୁ ବ୍ୟାଙ୍କ କାରବାର ଠାରୁ ଆରମ୍ଭ କରି ଫାସଟ୍ୟାଗ ପର୍ଯ୍ୟନ୍ତ କେତେକ ନିୟମ ବଦଳିଯିବ । ଏହାର ସିଧା ପ୍ରଭାବ ଲୋକଙ୍କ ଉପରେ ପଡୁଥିବାରୁ ମାର୍ଚ୍ଚ ୧ରୁ ବଦଳୁଥିବା କେତେକ ନିୟମ ବିଷୟରେ ଜାଣି ରଖନ୍ତୁ ।

୧. ଷ୍ଟେଟବ୍ୟାଙ୍କର ଯେଉଁ ଗ୍ରାହକମାନେ ସେମାନଙ୍କ କେୱାଇସି ପୁରା କରିନାହାଁନ୍ତି, ସେମାନେ ମାର୍ଚ୍ଚ ୧ରୁ ଟଙ୍କା ଉଠାଇ ପାରିବେ ନାହିଁ । କିମ୍ବା କୌଣସି ପ୍ରକାର ବ୍ୟାଙ୍କିଙ୍ଗ କାରବାର କରିପାରିବେ ନାହିଁ । କେୱାଇସି ପୁରା କରିନଥିବା ଖାତାକୁ ବ୍ଲକ କରିଦିଆଯିବ ।

୨. ଏଣିକି ମାଗଣା ଫାସଟ୍ୟାଗର ଅବଧି ଶେଷ ହୋଇଯାଇଛି । ସରକାର ଗାଡି ମାଲିକମାନଙ୍କୁ ଫେବୃଆରୀ ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ମାଗଣା ଫାସଟ୍ୟାଗ ଯୋଗାଇ ଦେଉଥିଲେ । ମାର୍ଚ୍ଚ ପହିଲାରୁ ଲୋକଙ୍କୁ ଫାସଟ୍ୟାଗ ପାଇବା ପାଇଁ ୧୦୦ଟଙ୍କା ଦେବାକୁ ପଡିବ ।

୩. ଇଣ୍ଡିଆନ ବ୍ୟାଙ୍କ ଏଟିଏମରୁ ମାର୍ଚ୍ଚ ୧ରୁ ଆଉ ୨୦୦୦ଟଙ୍କିଆ ନୋଟ ମିଳିବ ନାହିଁ । ଏହା ପରିବର୍ତ୍ତେ ଅଧିକ ସଂଖ୍ୟକ ୨୦୦ଟଙ୍କିଆ ନୋଟ ବ୍ୟାଙ୍କ ଏଟିଏମରେ ଭର୍ତ୍ତି କରିବ ।

୪. ମାର୍ଚ୍ଚ ୧ରୁ ଏଚଡିଏଫସି ବ୍ୟାଙ୍କର ପୁରୁଣା ଆପ୍ ବନ୍ଦ ହୋଇଯିବ । ବ୍ୟାଙ୍କ ପକ୍ଷରୁ ନୂଆ ଆପ୍ ପ୍ଲେ ଷ୍ଟୋରରେ ଉପଲବ୍ଧ କରାଯାଇଛି । ପୁରୁଣା ଆପ୍ କୁ ଅନଇନଷ୍ଟଲ କରି ନୂଆ ଆପ ଇନଷ୍ଟଲ କରିନିଅନ୍ତୁ ।

୫. ମାର୍ଚ୍ଚ୧ରୁ ଲଟେରି ଉପରେ ନୂଆ ଜିଏସଟି ନିୟମ ଲାଗୁ କରାଯାଇଛି । ୨୦୧୯ ଡିସେମ୍ବରରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ନୂଆ ନିୟମ ଅନୁଯାୟୀ ସବୁ ପ୍ରକାର ଲଟେରି ଉପରେ ୨୮% ଜିଏସଟି ଲାଗୁ ହେବ ।

Leave A Reply

Your email address will not be published.