Latest Odisha News

BREAKING NEWS

୧୩ତମ ଜାତୀୟ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିଅନସିପରେ ଓଡ଼ିଶାକୁ ୨୪ଟି ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହରିୟାଣାର କର୍ଣ୍ଣଲରେ ଅନୁଷ୍ଠିତ ୧୩ତମ ଜାତୀୟ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିଅନସିପରେ ଓଡ଼ିଶାକୁ ୨୪ଟି ପଦକ ମିଳିଛି । ଓଡ଼ିଶା ଦଳ ଉତ୍ତମ ପ୍ରଦର୍ଶନ କରି ୨୪ଟି ମେଡାଲ ପାଇଥିବା ବେଳେ ସେଥିରେ ୯ଟି ସ୍ୱର୍ଣ୍ଣ ପଦକ, ୮ଟି ରୌପ୍ୟ ପଦକ ଓ ୭ଟି ବ୍ରୋଞ୍ଜ ପଦକ ରହିଛି ।

ଓଡ଼ିଶା ଦଳର ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ପ୍ରତ୍ୟେକ ଖେଳାଳି ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.