Latest Odisha News

BREAKING NEWS

ଭାଇ ୟୁସୁଫଙ୍କ ପରେ ଇରଫାନ ବି କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । କରୋନା ମହାମାରୀ ବ୍ୟାପିବା ପରେ ସ୍ରଂକମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି । ବଡ଼ ଭାଇ ୟୁସୁଫ ପଠାଣଙ୍କ ପରେ ଏବେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇରଫାନ୍ ପଠାଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କରୋନା ସଂକ୍ରମିତ ହୋଇଥିବା ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଇରଫାନ୍ ପଠାଣ । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । କିନ୍ତୁ ଟେଷ୍ଟରେ ପଜିଟିଭ୍ ଆସିଛି । ସେ ଘରେ ହୋମ୍ ଆଇସୋଲେସନରେ ଅଛନ୍ତି । ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଇବା ଲାଗି ସେ ଅନୁରୋଧ କରିଛନ୍ତି । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଲାଗି ସେ ନିବେଦନ କରିଛନ୍ତି ।

Indian Cricketer Irfan Pathan Found Corona Positive

ଏହା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ବଦ୍ରିନାଥ ରବିବାର କରୋନା ସଂକ୍ରମିତ ହୋଇଥିଲେ । ସେ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ଏହା ପୂର୍ବରୁ ଶନିବାର ସଚିନ ତେନ୍ଦୁଲକର ଓ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ୟୁସୁଫ୍ ପଠାଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.