Latest Odisha News

BREAKING NEWS

ଟ୍ରକକୁ ପିଟିଲା କାର, ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗ

କଟକ: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା। କଟକ ମଙ୍ଗୁଳି ଛକରେ ଟ୍ରକକୁ ପଛ ପିଟୁ ପିଟିଲା କାର। ଜାତୀୟ ରାଜପଥ ୧୬ରେ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ  ଦୁଇ ଜଣ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି।

ଗଣମାଧ୍ୟମର ଖବର ଅନୁଯାୟୀ ମଙ୍ଗଳବାର ରାତିରେ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଯୁବକମାନେ ଦ୍ରୁତ ଗତିରେ କାରରେ ଯାଉଥିଲେ । ପରେ ରାସ୍ତାରେ ନିୟନ୍ତ୍ରଣ ହରାଇବା ପରେ ରାସ୍ତା ସାଇଡରେ ଛିଡା ହୋଇଥିବା ଏକ ଟ୍ରକର ପଛ ପଟେ ପିଟି ହୋଇଥିଲା କାର। ଦୁର୍ଘଟଣା ସମୟରେ କାର ଡ୍ରାଇଭପ ମଦ ପିଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ବଡମ୍ବା ତହସିଲର ଚମ୍ପେଇଡୱାର ଗାଁର ମନୋଜ ବେହେରା ବୋଲି ଜଣାପଡିଛି।

ଆହତମାନଙ୍କୁ ଟାଙ୍ଗି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତ ସୁସ୍ଥ ହେଲେ ପୋଲିସ ଜେରା କରିବ ବୋଲି ସୂଚନା ରହିଛି। ପୋଲିସ ଏବେ ଦୁର୍ଘଟଣାର ଶିକାର କାରକୁ ଜବତ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.