Latest Odisha News

BREAKING NEWS

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି

ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ୩୦ ଜିଲ୍ଲାର ୧ ହଜାର ୬୬୯ଟି ପଞ୍ଚାୟତରେ ଆରମ୍ଭ ହୋଇଛି ମତଦାନ । ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର । ପ୍ରଥମ ପର୍ଯ୍ୟାୟରେ ଆଜି ୨୦୦ ଜିଲ୍ଲା ପରିଷଦ ଆସନର ଭୋଟିଂ ହେଉଛି ।

BjdElectrycity

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ରାଜ୍ୟରେ ମୋଟ ୧୩ ହଜାର ୭୮୫ଟି ଉତ୍ତେଜନାପ୍ରବଣ ବୁଥ ଚିହ୍ନଟ ହୋଇଛି । ୩ ହଜାର ୩୫୭ଟି ସମ୍ବେଦନଶୀଳ ବୁଥରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ମାଓ ପ୍ରବଣ ଜିଲ୍ଲାରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସମ୍ବେଦନଶୀଳ ବୁଥରେ ଭୋଟ ଗ୍ରହଣ ବେଳେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପାଇଁ ବ୍ୟବସ୍ଥା ହୋଇଛି , ପୁଲିସ ନଜର ରଖିଛି । ଶାନ୍ତିଶୃଙ୍ଖଳା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ-୧୯ କଟକଣାକୁ ପାଳନ କରାଯାଉଛି । ମତଦାନ ପାଇଁ ବୁଥ ଗୁଡ଼ିକରେ ପ୍ରତ୍ୟେକ ମତଦାତା ଯେପରି ଶୃଙ୍ଖଳିତ ଭାବେ ଭୋଟ ଦେଇପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।

Comments are closed, but trackbacks and pingbacks are open.