Latest Odisha News

ଭୋଟ୍ ଦେଲେ ହେଭିୱେଟ୍ ମନ୍ତ୍ରୀ

ଭୁବନେଶ୍ୱର: ଭୋଟ୍ ଦେଲେ ମନ୍ତ୍ରୀ । ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ଭୋଟ୍ ଦେଇଛନ୍ତି ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ମହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତର ୧୧ ନମ୍ବର ବୁଥରେ ନିଜ ପରିବାର ସହ ଭୋଟ୍ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି ନିଜର ମତାଧିକାରୀ ସାବ୍ୟସ୍ତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସୁବର୍ଣ୍ଣପୁର ଜିଲ୍ଲାରେ ନିଜ ଗାଁ ରାମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ସେ ଭୋଟ୍ ଦେଇଛନ୍ତି । ଶାନ୍ତିଶୃଙ୍ଖଳାରେ ମତଦାନ ଚାଲିଛି । ବିଶେଷ କରି ପ୍ରଥମ ଥର ଭୋଟ୍ ଦେଉଥିବା ମତଦାତାଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।

Comments are closed, but trackbacks and pingbacks are open.