Latest Odisha News

BREAKING NEWS

ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ, ସୁବର୍ଣ୍ଣପୁରରେ ଅଧିକ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଉତ୍ସାହଜନକ ରହିଛି ମତଦାନ । ତୃତୀୟ ପର୍ଯ୍ୟାୟରେ ମୋଟ୍ ୭୮.୬ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୭.୪୪ ପ୍ରତିଶତ ଭୋଟିଂ ହୋଇଛି । ଗଞ୍ଜାମ ଜିଲ୍ଲାରେ ମତଦାନ ହାର ରହିଛି ସବୁଠୁ କମ୍ ୬୬.୭୫ ପ୍ରତିଶତ ।

ଅନୁଗୋଳ, ବରଗଡ଼, ବୌଦ୍ଧ, ଢେଙ୍କାନାଳ, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ପୁରୀ, ସମ୍ୱଲପୁର ଓ ସୁବର୍ଣ୍ଣପୁରରେ ୮୦ ପ୍ରତିଶତ ଉପରେ ମତଦାନ ହୋଇଛି । ଏଥିରୁ ଅନୁଗୋଳରେ ୮୪.୨୪%, ବରଗଡ଼ରେ ୮୨.୬୩%, ଗଜପତିରେ ୮୨.୭୨%, କୋରାପୁଟରରେ ୮୪.୭୮%, ନବରଙ୍ଗପୁରରେ ୮୬.୩୩ ପ୍ରତିଶତ ଭୋଟିଂ ହୋଇଛି ।

୧୭ ଜିଲ୍ଲାରେ ୭୦ରୁ ୮୦ ପ୍ରତିଶତ ଭିତରେ ମତଦାନ ହୋଇଛି । ବର୍ତ୍ତମାନ ସୁଦ୍ଧା ତିନିଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ସରିଛି । ପ୍ରଥମ ପର୍ଯ୍ୟାୟରେ ୭୭.୨% ଭୋଟିଂ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩% ମତଦାନ ହୋଇଥିଲା । ଆଗକୁ ଆଉ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ।

Comments are closed, but trackbacks and pingbacks are open.