Latest Odisha News

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୬ ମହିଳାଙ୍କ ସମେତ ୧୧ ଜଣଙ୍କୁ ବାନ୍ଧିଲା ପୋଲିସ

ଯାଜପୁର: ତୃତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବଢୁଛି ଗିରଫଦାରୀ । ଏଯାଏ ୧୧ ଜଣଙ୍କୁ ଗିରଫ କଲାଣି ଯାଜପୁର ପୋଲିସ । ଗିରଫ ଅଭିଯୁକ୍ତଙ୍କ ଭିତରେ ୫ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି । ଆଉ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ।

ଗତକାଲି ବିଞ୍ଝାରପୁର ବାଛୋଳ ପଞ୍ଚାୟତରେ ବୁଥ୍ ରିଗିଂ ହୋଇଥିଲା । କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସକୁ ଉଠାଇ ପୋଖରୀରେ ଫିଙ୍ଗି ଦେଉଥିଲେ । ଏତିକିବେଳେ ଭିଡିଓ ଉଠାଇବାକୁ କାର୍ୟ୍ୟରତ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଅମାନୁଷିକ ଭାବରେ ମାଡ଼ ମାରିବା ସହ ସେମାନଙ୍କର ଗାଡ଼ିକୁ ବି ଭଙ୍ଗାରୁଜା କରିଥିଲା ।

ଆକ୍ରମଣର ଶିକାର ହୋଇଥିଲା ୩ ଜଣ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି । ଏହି ଘଟମା ପରେ ପୋଲିସ ୨୦ରୁ ଅଧିକ ଲୋକଙ୍କୁ ଥାନାକୁ ଆଣିଥିଲା । ପଚରାଉଚରା ପରେ ମୁଖ୍ୟ ଅଭିଯୁକ୍ତ ରାକେଶ ମଲ୍ଲିକ ସମେତ ୧୧ ଜଣଙ୍କୁ ଗିରଫ କରିଛି ।

Comments are closed, but trackbacks and pingbacks are open.