Latest Odisha News

BREAKING NEWS

ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ: ଢେର୍ ଆଗରେ ବିଜେଡି

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ  ୨୪୬ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ନିର୍ବାଚନ କମିଶନଙ୍କର ହସ୍ତଗତ ହୋଇଛି । ତେବେ ଏହି ୨୪୬ ଜୋନ ମଧ୍ୟରୁ ୨୦୨ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି ।

ଅପରପକ୍ଷରେ ବି‌ଜେପି ଦ୍ବିତୀୟ ସ୍ଥାନରେ ରହିଛି। , ବିଜେପି ମାତ୍ର ୨୪ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବାର ସୂଚନା ମିଳିଛି। ଏଣେ କଂଗ୍ରେସ ୧୫ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ଜଣାଯାଇଛି। ଏହାଅନ୍ୟମାନେ ୪ଟି ଜୋନରେ ଆଗୁଆ ରହିଛନ୍ତି।

ବାଲେଶ୍ୱରରେ ଆଗେଇ ଚାଲିଛି ବିଜେଡି । ବର୍ତ୍ତମାନ ସୁଦ୍ଧା ବାହାନଗା, ବାଲେଶ୍ୱର, ବାଲିଆପାଳରେ ବିଜେଡି ଆଗରେ ରହିଛି । ସେହିପରି ବସ୍ତା, ଭୋଗରାଇ, ଜଳେଶ୍ୱର, ଖଇରା, ସୋରରେ ମଧ୍ୟ ବିଜେଡି ଆଗରେ ରହିଛି । ମୋଟ ୮ଟି ଜୋନରେ ବିଜେଡି ଆଗରେ ରହିଛି ।

ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ୧ନଂ ଜୋନରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ସେପଟେ, ପ୍ରଥମ ରାଉଣ୍ଡ ସୁ୍ଦ୍ଧା କେନ୍ଦୁଝର ସଦରରେ ବିଜେଡି ଆଗୁଆ ରହିଛି । ୪ନଂ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ଘଟଗାଁ ବ୍ଲକର ୭ନଂ ଜୋନରେ ବିଜେଡି, ଆନନ୍ଦପୁରର ୧ନଂ ଜୋନରେ ବିଜେଡି, ଘଷିପୁରାର ୧୦ନଂ ଜୋନରେ ବିଜେଡି, ଗଞ୍ଜାମ ସୋରଡାର ୬୩ନଂ ଜୋନରେ ବିଜେଡି, ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ୧୬ନଂ ଜୋନରେ ବିଜେଡି, ଖଣ୍ଡପଡ଼ାର ୧୨ନଂ ଜୋନରେ ବିଜେପି , ନୂଆଗାଁ ବ୍ଲକର ୧୬ନଂ ଜୋନରେ ବିଜେଡି ଆଗୁଆ ରହିଛି ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା କୋଇଡାର ୫ନଂ ଜୋନରେ ସିପିଏମ୍ ପ୍ରାର୍ଥୀ ଆଗୁଆ ରହିଛନ୍ତି। କଳାହାଣ୍ଡି କେସିଙ୍ଗାର ୧ନଂ ଜୋନରେ ବିଜେଡି ଆଗୁଆ ରହିଛି।

Comments are closed, but trackbacks and pingbacks are open.