Latest Odisha News

BREAKING NEWS

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ଦିଆଗଲା ଅନ୍ତିମ ବିଦାୟ

ଭୁବନେଶ୍ୱର : ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ୮୩ ବର୍ଷ ବୟସରେ ହେମାନନ୍ଦ ବିଶ୍ୱାଳ ଆରପାରିକୁ ଚାଲିଯାଇଛନ୍ତି । ଆଜି ବିଧାନସଭାରେ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ଗାର୍ଡ ଅଫ୍ ଦିଆଯାଇଥିଲା । ବିରାଟ ଶୋଭାଯାତ୍ରାରେ ହେମାନନ୍ଦ ବିଶ୍ୱାଳଙ୍କୁ ବିଧାନସଭାକୁ ନିଆଯାଇଥିଲା ।

ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ କଂଗ୍ରେସ ଭବନରେ ହେମା ନନ୍ଦଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଚଳି ଜଣାଇଥିଲେ ବରିଷ୍ଠ ନେତା ଓ ବିଧାୟକମାନେ । ପରେ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ଝାରସୁଗୁଡା ଠାକୁରପଡାକୁ ନିଆଯିବ । ସେଠାରେ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି । ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments are closed, but trackbacks and pingbacks are open.