Latest Odisha News

BREAKING NEWS

ନବରଙ୍ଗପୁରରେ ବିଜେଡିର ବାଜିମାତ୍ ,ଚାଲିଛି ସେଲିବ୍ରେସନ

ନବରଙ୍ଗପୁର : ନବରଙ୍ଗପୁରରେ ବିଜେଡିର ବାଜିମାତ୍ । ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୪ ଆସନରେ ହାସଲ କରିଛି ବିଜେଡି । ବିଜେଡି ବିଜୟ ହାସଲ କରିଥିବା ବେଳେ ନାଚଗୀତରେ କମ୍ପି ଉଠୁଛି ପରିବେଶ । ଜିତିଥିବା ପ୍ରାର୍ଥୀଙ୍କୁ ନେଇ ସମର୍ଥକ ମାନେ ଖୁସି ମନାଇଥିବା ଦେଖିବାକୁ ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତୀ ଓ ବିକାଶ ମୂଳକ ଯୋଜନାକୁ ନେଇ ଲୋକ ଭୋଟ ଦେଇଥିବା ବିଜେଡି ନେତାମାନେ କହିଛନ୍ତି ।
ହେଲେ ନିର୍ବାଚନ ସମୟରେ ବିଜେଡି କଳାଧନ ବାଣ୍ଟି ଭୋଟ ହାତେଇଥିବା କଂଗ୍ରେସ ଅଭିଯୋଗ ଆଣିଛି । କଂଗ୍ରେସ ସପକ୍ଷରେ ପ୍ରବଳ ଜନମତ ଥିବାବେଳେ କିନ୍ତୁ ପ୍ରବଳ ଟଙ୍କା ବାଣ୍ଟି ବିଜେଡି ଜନମତକୁ ପ୍ରଭାବିତ କରିଥିଲା ବୋଲି ଅଭିଯୋଗ ଆଣିଥିଲେ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ।

Comments are closed, but trackbacks and pingbacks are open.