Latest Odisha News

BREAKING NEWS

ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ୨୭୩ ଜୋନ୍‌ରେ ବିଜେଡି ଆଗରେ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ହୋଇଛି । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାୟ ୨ଲକ୍ଷ ୨୦ହଜାର ପ୍ରାର୍ଥୀଙ୍କ ମଧ୍ୟରୁ କିଏ ପିନ୍ଧିବ ବିଜୟ ମୁକୁଟ ସେ ନେଇ ବଢୁଛି ଦ୍ୱନ୍ଦ । ସମସ୍ତେ ବିଜୟ ଆଶାରେ ବସିଥିବାବେଳେ ଜନତା କାହାକୁ ଜିତାଉଛନ୍ତି ତାହା ଦେଖିବାକୁ ସାରା ଓଡ଼ିଶାବାସୀ ଚାହିଁ ବସିଛନ୍ତି।

ଶନିବାର ଅପରାହ୍ନ ସୁଦ୍ଧା ବିଜେଡ଼ି ବହୁତ ଆଗରେ ରହିଛି । ବିଭିନ୍ନ ଜୋନ୍ ଗୁଡିକରେ ବିଜେଡ଼ି ଆଗକୁ ଆଗକୁ ବଢି ଚାଲିଛି ।

ଅନୁଗୁଳରେ ବିଜେଡି ୭, ବିଜେପି ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ରେ ଆଗୁଆ ରହିଛି । ବାଲେଶ୍ୱରରେ ବିଜେଡି ୧୩ରେ ଆଗୁଆ ରହିଛି । ବରଗଡ଼ରେ ବିଜେଡି ୯ ଓ ବିଜେପି ୩ଟି ଜୋନରେ ଆଗୁଆ ଥିବା ବେଳେ ଭଦ୍ରକର ସମସ୍ତ ୭ଟି ଜୋନରେ ବିଜେଡି ଆଗୁଆ ରହିଛି। ବଲାଙ୍ଗୀରରେ ୧୪ଟିରୁ ୧୨ ବିଜେଡି ଓ ୨ଟିରେ ବିଜେପି ଆଗୁଆ ରହିଛି। ବୌଦ୍ଧ ଜିଲ୍ଲାରେ ବିଜେଡି ୨ଟି ଓ ବିଜେପି ଗୋଟିଏ ଜୋନରେ ଅଗ୍ରଣୀ ଲାଭ କରିଛି।

ଗଂଜାମ ଜିଲ୍ଲାରେ ବିଜେଡିକୁ ୨୧ ଓ ବିଜେପିକୁ ଗୋଟିଏ, ଜଗତସିଂହପୁରରେ ବିଜେଡିକୁ ୮ଟି, ଯାଜପୁରରେ ବିଜେଡିକୁ ୧୦, ଝାରସୁଗୁଡ଼ାରେ ବିଜେଡିକୁ ୫, କଳାହାଣ୍ଡିରେ ବିଜେଡିକୁ ୧୦ ଓ ବିଜେପିକୁ ୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ଆଗୁଆ ଥିବା ଦେଖିବାକୁ ମିଳିଛି। କନ୍ଧମାଳରେ ବିଜେଡିକୁ ୯, ବିଜେପିକୁ ଗୋଟିଏ ଓ କଂଗ୍ରେସ ୨ଟି ଜୋନ୍‌ରେ ଆଗୁଆ ରହିଛି।

କେନ୍ଦୁଝରରେ ୧୨ଟି ବିଜେଡି, ଗୋଟିଏରେ ବିଜେପି ଆଗୁଆ ଥିବା ବେଳେ ଖୋର୍ଦ୍ଧାରେ ୭ଟିରେ ବିଜେଡି ଓ ୩ଟିରେ ବିଜେପି ଆଗୁଆ ରହିଛି। କୋରାପୁଟରେ ୮ଟିରେ ବିଜେପି, ୫ଟିରେ କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି।

ସେହିପରି ମାଲକାନଗିରି ଜିଲ୍ଲାରେ ୭ଟିରେ ବିଜେଡି, ମୟୂରଭଂଜରେ ୨୩ଟିରେ ବିଜେଡି, ଅନ୍ୟ ଦଳକୁ ୩ଟିରେ ଆଗୁଆ ଦେଖିବାକୁ ମିଳୁଛି। ନବରଂଗପୁରରେ ୮ଟିରେ ବିଜେଡି, ଗୋଟିଏରେ କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି।

ନୟାଗଡ଼ରେ ୮ଟିରେ ବିଜେଡି, ନୂଆପଡ଼ରେ ୫ଟିରେ ବିଜେଡି, ପୁରୀରେ ୧୧ଟିରେ ବିଜେଡି, ରାୟଗଡ଼ାରେ ବିଜେଡି ୬ ଓ କଂଗ୍ରେସ ୫ଟି ଜୋନ୍‌ରେ ଆଗୁଆ ରହିଛି । ସମ୍ବଲପୁରରେ ବିଜେଡି ୮, ବିଜେପି ଗୋଟିଏରେ ଆଗୁଆ ରହିଛି। ସୁବର୍ଣ୍ଣପୁରରେ ବିଜେଡି ୬ଟିରେ ଆଗୁଆ ଥିବା ବେଳେ ସୁନ୍ଦରଗଡ଼ରେ ବିଜେଡି ୧୫ ଓ ଅନ୍ୟ ଦଳ ୨ଟିରେ ଆଗୁଆ ଅଛନ୍ତି ।

ତେବେ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ୨୬ତାରିଖରେ ୩୧୫ଟି ଜିଲ୍ଲା ପରିଷଦ ଜୋନ, ୨୭ରେ ୩୦୭ଟି ଏବଂ ୨୮ରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍ର ଭୋଟ୍ ଗଣତି କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତିଦିନ ଧାର୍ଯ୍ୟ ଜୋନ୍ର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଭୋଟ୍ ଗଣତି ନିଷ୍ପତ୍ତି ହୋଇଛି ।  ୨୮ତାରିଖ ସୁଦ୍ଧା ହିଁ ସମସ୍ତ ଭୋଟ୍ ଗଣତି ଶେଷ ହେବ ।

୨୯ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀମାନେ ୯୧୮୯୦ଟି ୱାର୍ଡମେମ୍ବର ପଦବି, ୬୭୯୩ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ଟି ଜିଲ୍ଲା ପରିଷଦ ଜୋନରେ ବିଜେତାଙ୍କ ନାମ ଘୋଷଣା କରିବେ । ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲା ପରିଷଦ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣତି କରାଯାଉଛି ।

 

Comments are closed, but trackbacks and pingbacks are open.