Latest Odisha News

BREAKING NEWS

ବୃହତ ବିଜୟ ଅଭିମୁଖେ ବିଜେଡି, ଚିତ୍ ମାରିଲେ ବିରୋଧୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ଅଭିମୁଖେ ବିଜେଡି । ବର୍ତ୍ତମାନ ସୁଦ୍ଧା ଗଣତିରୁ ରେକର୍ଡ ଜିଲ୍ଲା ପରିଷଦ ଆସନ ହାତେଇଛି ଦଳ । ମୋଟ୍ ୮୫୧ଟି ଜିଲ୍ଲା ପରିଷଦ ଜୋନରୁ ବର୍ତ୍ତମାନ ସୁଦ୍ଧା ୭୮୭ଟିରେ ଫଳାଫଳ ପ୍ରକାଶ ପାଇଛି । ସେଥିରୁ ବିଜେଡି ଏକାକୀ ହାତେଇି ୭୦୩ ଜିଲ୍ଲା ପରିଷଦ ଆସନରେ ବିଜୟୀ ଓ ଆଗୁଆ ରହିଛି । ଅର୍ଥାତ ମୋଟ୍ ୮୨ ପ୍ରତିଶତ ଆସନରେ ବିଜୟୀ ଓ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ।

ଏଥର ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ୨୦୧୭ ପଞ୍ଚାୟତ ନିର୍ବାଚନ ତୁଳନାରେ ବଡ଼ ବିପର୍ୟ୍ୟୟର ସାମନା କରିଛି । ଏଯାଏ ଗଣତିରେ ଦଳ ୫୦ ଆସନ ବି ଜିତି ପାରିନି । ବର୍ତ୍ତମାନ ସୁଦ୍ଧା କାଉଣ୍ଟିଂରେ ବିଜେପି ପ୍ରାର୍ଥୀ ୪୦ ଓ କଂଗ୍ରେସ ୩୭ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟାନ୍ୟ ୭ରେ ଆଗୁଆ ରହିଛନ୍ତି ।

Comments are closed, but trackbacks and pingbacks are open.