Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦ୍ଵିତୀୟ ଦିନର ଭୋଟ ଗଣତି ଜାରି : ଭଦ୍ରକରେ ବିଜେଡି ଆଗରେ

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଫଳାଫଳ ଘୋଷଣା ହେବା ପରେ ଏବେ ଦ୍ଵିତୀୟ ଦିନର ଭୋଟ ଗଣତି ଜାରି ରହିଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରକ୍ରିୟା ସହ ଭୋଟ ଗଣତି ହେଉଛି ।

ଭଦ୍ରକ ଦ୍ଵିତୀୟ ଦିନରେ ଭଦ୍ରକ ଜିଲ୍ଲାର ୭ ଗୋଟି ବ୍ଲକରେ ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣତି ହେଉଛି । ପ୍ରଥମ ଦିନରେ ୭ ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୫୩ ଟି ଗ୍ରାମପଞ୍ଚାୟତର ଭୋଟ ଗଣତି ସଂପୂର୍ଣ ହୋଇଛି। ଦ୍ଵିତୀୟ ଦିନରେ ୯ ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ହେଉଛି ।

ଦ୍ଵିତୀୟ ଦିନରେ ଚାନ୍ଦବାଲି ବ୍ଲକର ୨ ଓ ୩ ନମ୍ବର ଜୋନ, ତିହିଡି ବ୍ଲକର ୭ ନମ୍ବର ଜୋନ, ଧାମନଗର ବ୍ଲକର ୧୧ ନମ୍ବର ଜୋନ, ବନ୍ତ ବ୍ଲକର ୧୫ ନମ୍ବର ଜୋନ, ବାସୁଦେବପୁର ବ୍ଲକର ୧୮ ଓ ୧୯ ନମ୍ବର ଜୋନ, ଭଣ୍ଡାରିପୋଖରୀ ବ୍ଲକର ୨୩ ନମ୍ବର ଜୋନ ଏବଂ ଭଦ୍ରକ ବ୍ଲକର ୨୬ ନମ୍ବର ଜୋନ ପାଇଁ ଭୋଟ ଗଣତି ଜାରି ରହିଛି।

ଦ୍ଵିତୀୟ ଦିନରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ୯ ଟି ବ୍ଲକରୁ ମଧ୍ୟାହ୍ନ ସୁଦ୍ଧା ଗଣତିରେ ବିଜେଡି ଆଗୁଆ। :–

୧-ଚାନ୍ଦବାଲି ବ୍ଲକର ୨ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ -ରଞ୍ଜନ ସାହୁ

୨-ଚାନ୍ଦବାଲି ବ୍ଲକର ୩ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ -ଗୀତାଞ୍ଜଳି ଦାସ

୩-ତିହିଡି଼ ବ୍ଲକର ୭ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ -ବିଦ୍ୟୁତଲତା ନାୟକ

୪-ଧାମନଗର ବ୍ଲକର ୧୧ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ -ଉର୍ମିଳା ବିଶ୍ୱାଳ

୫-ବନ୍ତ ବ୍ଲକର ୧୫ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ -ପ୍ରଫୁଲ୍ଲ ଜେନା

୬-ବାସୁଦେବପୁର ବ୍ଲକର ୧୮ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ -ଜୟକୃଷ୍ଣ ନାୟକ

୭-ବାସୁଦେବପୁର ବ୍ଲକର ୧୯ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ -ଯାଦୁନାଥ ନାୟକ

୮-ଭଣ୍ଡାରିପୋଖରୀ ବ୍ଲକର ୨୩ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ -ଲକ୍ଷ୍ମୀଧର ସାହୁ

୯-ଭଦ୍ରକ ବ୍ଲକର ୨୬ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ -ଗୀତାରାଣୀ ମଲ୍ଲିକ

Comments are closed.