Latest Odisha News

BREAKING NEWS

ପିପିଲିରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ୍ ଗଣତି

ପିପିଲି : ପିପିଲିରେ ଶାନ୍ତି ଶୃଙ୍ଖଳାେରେ ଚାଲିଛି ଭୋଟ ଗଣତି । ପିପିଲି ବ୍ଲକ ୨୨ ନମ୍ବର ଜୋନର ୯ ଗୋଟି ପଞ୍ଚାୟତରେ ଗଣତି ପିପିଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟଙ୍ଗରୂମ ଏବଂ ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନର ୭ ଗୋଟି ପଞ୍ଚାୟତ ଡେଲାଙ୍ଗ ବ୍ଲକର ଷ୍ଟ୍ରଙ୍ଗରୂମ ପାଶ୍ୱର୍ରେ ଥିବା  ପ୍ରକୋଷ୍ଠରେ ଗଣତି ଜାରି ରହିଛି ।

ପିପିଲି ବ୍ଲକ ୨୨ନମ୍ବର ଜୋନର କଣ୍ଟି, ପାଣିଦୋଳ, ଭାରତୀପୁର, ଓରକଳ, ଗୋବିନ୍ଦପୁର, ପମସରା, ପୁବାଶାସନ, ପୋପରଙ୍ଗା, ଲଷ୍ମୀନାରାୟଣପୁର ପଞ୍ଚାୟତ ଗୁଡ଼ିକର ଗଣତି ହେଉଛି । ସେହିପରି ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନ ଅନ୍ତର୍ଗତ ଗଡ଼ମୋଟରୀ, ଗୋଡ଼ିପୁଟ ମାଟିଆପଡ଼ା, ଚାଇଁପୁର, ରେଙ୍ଗଳ, ସୁଜନପୁର, ସିଂବ୍ରହ୍ମପୁର, ହରିରାଜପୁର ଆଦି ପଞ୍ଚାୟତର ଭୋଟ ଗଣତି ଚାଲିଛି । ଉଭୟ ପିପିଲି ଓ ଡେଲାଙ୍ଗ ବ୍ଲକରେ ଦୁଇଟି ଜିଲ୍ଲା ପରିଷଦ ଜୋନକୁ ମିଶାଇ ୧୬ଗୋଟି ପଞ୍ଚାୟତର ଭୋଟ ଗଣତି ବର୍ତମାନ ସହ ଶାନ୍ତିଶୃଙ୍ଖଳାର ସହିତ ଚାଲିଛି।

ନିମାପଡା ବ୍ଲକ ୧୮ ନମ୍ବର ଯୋନ ପାଇଁ ଗଣତି ଆରମ୍ଭ। କଡା ସୁରକ୍ଷା ବଳୟ ଭିତରେ ଆରମ୍ଭ ହୋଇଛି ଗଣନା। ୧୮ ନମ୍ବର ଯୋନ ରେ ୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବେ ଭୋଟର । ଆଜି ଉଛୁପୁର, କୋଠ କୋସଙ୍ଗ, ଗଡ଼ ପଦନପୁର, ଗୋପୀନାଥ ପୁର, ନୂଆସନ୍ତ, ବଳଙ୍ଗା, ସାଇଁଶ ଶାସନ, ହରିପୁର ପଂଚାୟତ ରେ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଧାରିତ ହେବ।

Comments are closed, but trackbacks and pingbacks are open.