Latest Odisha News

ପଞ୍ଚାୟତ ନିର୍ବାଚନ: ୪୯ ବୁଥ୍‌ରେ ଆଜି ପୁନଃ ମତଦାନ

ପଞ୍ଚାୟତ ନିର୍ବାଚନରେ ଆଜି ହେଉଛି ପୁନଃ ମତଦାନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍‌ରେ ଆଜି ମତଦାନ ଚାଲିଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ବନ୍ଦ ହୋଇଥିବା ୨୫ଟି ବୁଥ୍ ରହିଛି। ସବୁଠାରୁ ଅଧିକ ଯାଜପୁର ଜିଲ୍ଲାର ୧୧ଟି ବୁଥ୍ ରହିଛି ।

ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ଭଦ୍ରକରେ ୫ଟି ଲେଖାଏ ବୁଥ୍, ଢେଙ୍କାନାଳରେ ୪ଟି ବୁଥ୍‌ରେ ରି-ପୋଲ୍‌ ହେଉଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭ୍ରାଟ ଘଟିଥିବା ୨୪ଟି ବୁଥ୍‌ରେ ଆଜି ପୁନଃ ମତଦାନ ଚାଲିଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୩ଟି, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ୩ଟି ଲେଖାଏ ସହ ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ବଲାଙ୍ଗିର ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏ ବୁଥ୍‌ରେ ପୁନଃ ମତଦାନ ଚାଲିଛି।

ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବନ୍ଦ ଥିବା ଯାଜପୁର ଜିଲ୍ଲାର ସର୍ବାଧିକ ୨୪ଟି ବୁଥ୍‌ରେ ଆଜି ପୁନଃ ମତଦାନ ଚାଲିଛି। ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ।

Comments are closed, but trackbacks and pingbacks are open.