Latest Odisha News

BREAKING NEWS

ଚହରଙ୍କ ପରେ ଓହରିଲେ ସୂର୍ଯ୍ୟକୁମାର

ଲକ୍ଷ୍ନୌ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ବୁଧବାର ଆଉ ଗୋଟିଏ ଝଟକା ଲାଗିଛି । ଦୀପକ ଚହରଙ୍କ ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି ଯାଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ ସିରିଜରେ ଫିଲ୍ଡିଂ କରିବା ଅବସରରେ ସୂର୍ଯ୍ୟକୁମାର ଆଘାତପ୍ରାପ୍ତ ହୋଇଥିଲେ । ତାଙ୍କ ହାତ ଭାଙ୍ଗିଥିବା ଅନୁମାନ କରାଯାଉଛି ।

ଫେବୃୟାରୀ ୨୪ରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ବାକି ୨ଟି ମ୍ୟାଚ ଜିତିବ ଧର୍ମଶାଳାରେ ଫେବୃୟାରୀ ୨୬ ଓ ୨୭ରେ ଖେଳାଯିବ । ସେହିପରି ଏହା ପରେ ମୋହାଲୀରେ ମାର୍ଚ୍ଚ ୪ରୁ ପ୍ରଥମ କ୍ରିକେଟ ଟେଷ୍ଟ ଏବଂ ୧୨ରୁ ବାଙ୍ଗାଲୋରରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।

Comments are closed, but trackbacks and pingbacks are open.