Latest Odisha News

ପଞ୍ଚାୟତ ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩% ମତଦାନ

ଭୁବନେଶ୍ୱର: ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ରେକର୍ଡ ସଂଖ୍ୟକ ଭୋଟିଂ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଛି । ମୋଟ୍ ୯ଟି ଜିଲ୍ଲାରେ ୮୦ ପ୍ରତିଶତ ଉପରେ ଭୋଟିଂ ହୋଇଛି । ଏସବୁ ଜିଲ୍ଲା ହେଲା ଅନୁଗୋଳ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ ସୁବର୍ଣ୍ଣପୁର ।

ଏଥିରୁ ଝାରସୁଗୁଡ଼ା, ୮୫.୧୪ ପ୍ରତିଶତ, ବୌଦ୍ଧରେ ୮୩.୯ ପ୍ରତିଶତ, କଳାହାଣ୍ଡିରେ ୮୩.୮୧ ପ୍ରତିଶତ ଓ ଗଜପତିରେ ୮୨.୬୯ ପ୍ରତିଶତ ଭୋଟିଂ ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୪.୮୬ ପ୍ରତିଶତ ମତଦାନ ହୋଇଛି ।

ବାକି ୨୦ ଜିଲ୍ଲାରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୭୭ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ ନିଆଯିବ । ଏହାପରେ ୨୨ ତାରିଖରେ ଚତୁର୍ଥ ଓ ୨୫ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ରହିଛି । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି ହେବ ।

Comments are closed.