ଭୁବନେଶ୍ୱର :ପଞ୍ଚାୟତ ନିର୍ବାଚନ ସମୟରେ ବିଜେପି ଆଚରଣ ବିଧିି ଉଲ୍ଳଙ୍ଘନ କରୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବିଜେଡି ଅଭିଯୋଗ ଆଣିଛି ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ବିଜେପି ସୁନ୍ଦରଗଡରେ ଟଙ୍କା ବାଣ୍ଟୁଛି । ଭୋଟ ପାଇଁ ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଧରା ପଡିଛନ୍ତି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀଣ ନାୟକ । ଯାହାଦ୍ୱାରା ସିଧାସଳଖ ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବୋଲି ବିଜେଡି କହିଛି । ତେଣୁ ତୁରନ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀଣ ନାୟକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ଦାବି କରିଛି ।
ସେପଟେ ବିଜେପି କର୍ମୀ ଟଙ୍କା ବାଣ୍ଟୁଥିବା ବେଳେ ଗ୍ରାମବାସୀମାନେ ପ୍ରବୀଣଙ୍କୁ ଅଟକ ରଖି ପୋଲିସର ଜିମା ଦେଇଥିଲେ ।କିଞ୍ଜରମ ଅଞ୍ଚଳରେ ଟଙ୍କା ବାଣ୍ଟୁଥିଲେ ବିଜେପି ପ୍ରାର୍ଥୀ ପ୍ରବୀଣ ।ପୋଲିସ ବିଜେପି ପ୍ରାର୍ଥୀଙ୍କ ଠାରୁ ୪୫ ହଜାର ଟଙ୍କା ଜବତ କରିବା ସହିତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ପଚରା ଉଚରା ଜାରି ରଖିଛି ।
ଚଳିତ ଥବ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ବିଜେଡି ଅଭିଯୋଗ ଆଣିଛି ।ଯେଉଁମାନେ ନିର୍ବାଚନୀ ଆଚରଣ ବିଦ୍ଧି ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବା ପାଇଂ ବିଜେଡି ଟିମ୍ ଦାବି କରିଛି ।ନିର୍ବାଚନ କମିଶନଙ୍କୁ ଭେଟିବା ସମୟରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି , ସୁଲତା ଦେଓ , ଇପ୍ସିସା ସାହୁ, ସ୍ୱାଗତିକା ମହାନ୍ତି , ଲୋପା ମହାପାତ୍ର ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.