Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ: ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ଗାଁ ରାଜନୀତି ଏବେ ଉଷ୍ଣ । ନାମାଙ୍କନ ଦାଖଲର ଆଜି ଶେଷ ଦିନ । ଆଶାୟୀ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ । ଆଜି ଶେଷ ଦିନ ହୋଇଥିବାରୁ ଅଧିକ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିବେ । ଗତ ୧୭ ତାରିଖରୁ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିଲା ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ।

ଆଜି ଶେଷ ଦିନ ଥିବାରୁ ପ୍ରାର୍ଥିପତ୍ର ଦାଖଲ କେନ୍ଦ୍ରରେ ଅଧିକ ଭିଡ଼ ଆଶଙ୍କା ବି କରାଯାଉଛି । ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ନିର୍ବାଚନ କମିଶନ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନାମାଙ୍କନ ବେଳେ କୋଭିଡ୍ ନିୟମର କଡ଼ାକଡ଼ି ପାଳନ ପାଇଁ ବି ନିର୍ଦ୍ଦେଶ ରହିଛି ।

ଆଜି ପ୍ରାର୍ଥିପତ୍ର ଦାଖଲ ପରେ କାଲି ମନୋନୟନପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି । ସେହିଦିନ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଏହାପରେ ଫେବ୍ରୁଆରୀ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ଫେବ୍ରୁଆରୀ ୨୪ ତାରିଖ ଯାଏ ଭୋଟ୍ ନିଆଯିବ ।

ଗତକାଲି ରାଜ୍ୟରେ ମୋଟ ୪୦,୭୩୨ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ସରପଞ୍ଚ ପଦବୀ ପାଇଁ ୮୮୪୨ଜଣ, ସମିତିସଭ୍ୟ ପାଇଁ ୭୮୩୨ ଜଣ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୧୮୨ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀ ହୁଅନ୍ତୁ କି ସମର୍ଥକ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଗାଁରେ ରାଜନୀତି ପାଣିପାଗ ଉଷ୍ଣ ହୋଇଛି ।

Comments are closed, but trackbacks and pingbacks are open.