Latest Odisha News

BREAKING NEWS

୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ: ପୁଣି ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ପୁଣି ବିଶ୍ୱକପରେ ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ । ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପରେ ଦୁଇ ଟିମ୍ ଗ୍ରୁପ୍-ବିରେ ସ୍ଥାନ ପାଇଛନ୍ତି । ସାମନାକୁ ଆସିଛି ICC ଜାରି କରିଥିବା କ୍ରୀଡା ସୂଚୀ । ପୁଣି ଥରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଅକ୍ଟୋବର ୨୩ ତାରିଖରେ ଭାରତ-ପାକିସ୍ତାନ ଟି-୨୦ ମୁକାବିଲା ହେବ । ମେଲବର୍ଣ୍ଣରେ ଏହି ମ୍ୟାଚ୍ ଖେଳାଯିବ ।

ଅକ୍ଟୋବର ୧୬ ତାରିଖରୁ ନଭେମ୍ବର ୧୩ ତାରିଖ ଯାଏଁ ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳାଯିବ । ୭ଟି ଭେନ୍ୟୁରେ ଖେଳାଯିବ ମୋଟ୍ ୪୫ଟି ମ୍ୟାଚ୍ । ଭାରତ, ପାକିସ୍ତାନ ସହ ବାଂଲାଦେଶ ଓ ଦକ୍ଷିଣ ଆପ୍ରିକା ଗୋଟିଏ ଗ୍ରୁପରେ ଅଛନ୍ତି ।

ଚଳିତବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପରେ ୧୬ଟି ଟିମ୍ ଭାଗ ନେବେ । ୧୨ଟି ଟିମ୍ ଚୂଡ଼ାନ୍ତ ହୋଇଥିବା ବେଳେ ବାକି ୪ଟି ଯୋଗ୍ୟତା ପର୍ୟ୍ୟାୟରୁ ଆସିବେ । ଉଦଘାଟନୀ ମୁକାବିଲାରେ(ପ୍ରଥମ ରାଉଣ୍ଡ) ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ନାମ୍ବିବିଆ ।

Comments are closed, but trackbacks and pingbacks are open.