Latest Odisha News

BREAKING NEWS

ନଭେମ୍ବର ୧ରୁ +୨ ରେଗୁଲାର୍ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ

ଭୁବନେଶ୍ୱର: ଯୁକ୍ତ ଦୁଇ ୨୦୨୦ ବର୍ଷ ଲାଗି ରେଗୁଲାର୍ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ଫର୍ମ ପୂରଣ ନଭେମ୍ବର ୧ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ପ୍ରଥମ ସପ୍ତାହରୁ ପରୀକ୍ଷା ଆରମ୍ଭ ହେବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଗୁରୁବାର ଦିନ ପ୍ରି-ଏଗଜାମ୍ ସୂଚୀ ଜାରି କରାଯାଇଛି ।

ଜାରି ସୂଚୀଅନୁଯାୟୀ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ରେଗୁଲାର୍ ଛାତ୍ରଛାତ୍ରୀମାନେ www.samsodisha.gov.in ମାଧ୍ୟମରେ ଅନଲାଇନ୍ ଫର୍ମ ପୂରଣ କରିପାରିବେ ।

ଛାତ୍ରଛାତ୍ରୀମାନେ ନଭେମ୍ବର ୧ରୁ ୯ ତାରିଖ ମଧ୍ୟରେ ବିନା ଜୋରିମାନାରେ ଫର୍ମ ଫିଲଅପ୍ କରିପାରିବେ । ୧୧ରୁ ୧୬ ତାରିଖ ମଧ୍ୟରେ ୫୦ ଟଙ୍କା ଜୋରିମାନା ଦେଇ ଫର୍ମ ପୂରଣ କରିବେ । ସେହିପରି ୧୮ରୁ ୨୦ ତାରିଖ ମଧ୍ୟରେ ୩୫୦ ଟଙ୍କା ଜୋରିମାନା ଦେଇ ଫର୍ମ ପୂରଣ କରିବେ ।

ଆହୁରି ମଧ୍ୟ ଗତବର୍ଷ ସିଲାବସ୍ ଅନୁଯାୟୀ ୨୦୨୦ ଶିକ୍ଷା ବର୍ଷରେ ମଧ୍ୟ ସମାନ ପ୍ରଶ୍ନପତ୍ର ଆସିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.