Latest Odisha News

BREAKING NEWS

ବ୍ରହ୍ମପୁରରେ ଦୋକାନୀ ମାଲିକଙ୍କୁ ଗୁଳିମାଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ନିକଟରେ ଜଣେ ଦୋକାନୀଙ୍କ ଉପରକୁ କେହି ବ୍ୟକ୍ତି ଗୁଳିମାଡ କରିଛି ।

ଉକ୍ତ ଦୋକାନୀଙ୍କ ନାମ ସୁଶାନ୍ତ ପାତ୍ର ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ସୁଶାନ୍ତଙ୍କର ଏକ ତେଜରାତି ଦୋକାନୀ ରହିଛି । ଗତକାଲି ରାତି ସମୟରେ ସମ୍ପୃକ୍ତ ଗ୍ରାହକ ଜଣକ ଦୋକାନକୁ ଆସି ପାନ ଗୁଟଖା ମାଗିଥିଲେ । ହେଲେ ସୁଶାନ୍ତ ବାକି ଦେବାକୁ ମନା କରିବାରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଗ୍ରାହକ ଜଣକ ତାଙ୍କ ଉପରକୁ ଅଚାନକ ଗୁଳିମାଡ କରିଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ପୋଲିସ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.